ସ୍କୁଟି ସହ ଗଞ୍ଜେଇ ଜବତ: ୧ଗିରଫ
ତାଳଚେର, ୦୧/୦୯ ତାଳଚେର ଅବକାରୀ ବିଭାଗ ପକ୍ଷରୁ ସ୍କୁଟି ସହ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଅନୁଗୋଳ ଅବକାରୀ ଉପଅଧିକ୍ଷକ ଧିରେନ ବେହେରା ଓ ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ତତ୍ୱାବଧାନରେ ଓଡ଼ି୩୫ଏଚ ୪୩୫୫ ହୋଣ୍ଡା ଆକ୍ଟିଭା ସ୍କୁଟି ଯୋଗେ ଗଞ୍ଜେଇ ନେଇ ଯାଇଥିବା ବେଳେ ଅବକାରୀ ବିଭାଗ ବିଶେଷସୂତ୍ରରୁ ଖବରପାଇଁ ଆଜି ସକାଳ ୧୧ଘଟିକା ସମୟରେ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ରାସ୍ତାରେ ଆତର୍କିତ ଚଢ଼ାଉକରି ଗାଡ଼ି ଭିତରୁ ୭କେଜି ୪ଶହଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ସେହି ସନ୍ଥପଡ଼ା ଗ୍ରାମର ଅଭୟ ସାମଲ (୫୫)କୁ ଗିରଫ କରି କେସ୍ ନଂ-୧୪୪/୨୬ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ଏହି ଚଢ଼ାଉ ଅବକାରୀ ବିଭାଗର ରଣଜିତ ପାତ୍ର, ସରୋଜ ସାହୁ, ପୁପୁନୁ ପ୍ରଧାନ, ଗୌରୀ ଓରାମ ପ୍ରମୁଖ ସାମିଲଥିଲେ ।

September 1, 2026/
No Comments


