ବଅଁରପାଳ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଗୁରୁ ଦିବସ ପାଳିତ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଗୁରୁ ଦିବସ ପାଳିତ
ବଅଁରପାଳ (୫/୯) – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ପାଳ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧର୍ମାନନ୍ଦ ସାହୁ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଳ ମା ଶାରଦା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଗୁରୁ ଦିବସର ମହତ୍ତ୍ୱ ଓ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ l ଦଶମ ଶ୍ରେଣୀର ଶିଶୁ ଭାଇ ଆୟୁଷ ନାୟକ ଓ ଦଶମ ଶ୍ରେଣୀର ଭଉଣୀ ସ୍ୱଦେସ୍ନା ସିଂହ,ବର୍ଷା ପ୍ରୟଦର୍ଶିନୀ ପ୍ରଧାନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବିଷୟରେ ଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ତନ୍ମୟ କୁମାର ନାଥ ଅତିଥି ପରିଚୟ କରିଥିଲେ l ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଭାଇ ଭଉଣୀ ମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା l ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ମାନସ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟl ଉପସ୍ଥିତ ଥିଲେ l



