ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଯାଜପୁର _ ଯାଜପୁର ଚଳିତ ଇଂରାଜୀ ମାସ 6/09/26 ରିଖ ରବିବାର ଦିନ ନମୈଜା କଳଦିଆ ସ୍ଥିତ ରାଧାନାଥ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପ୍ରାକ୍ତନ ଛାତ୍ର ଅଭୟ କୁମାର ରାଉତଙ୍କ ନିଜସ୍ୱ କବିତା ସଂକଳନ ଶଦ୍ଦ ପାଖୁଡ଼ା ର ଶୁଭ ଲୋକାର୍ପଣ ଉତ୍ସବ ଚକ୍ରଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ବକ୍ତାଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ।ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ପୁରସ୍କାର ଭାବେ ପୁରସ୍କୃତ ହୋଇଥିଲେ।ଏବଂ ମୁଖ୍ୟ ଅତିଥିଭାବେ ପଟ୍ଟାମୁଣ୍ଡାଇ କଲେଜ ର ଅଧ୍ୟାପକ ତଥା ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ପ୍ରଧାନଶିକ୍ଷକ ଗୟାଧର ଦାଶ, ପୃର୍ବତନ ପ୍ରଧାନଶିକ୍ଷକ ଉଷାରାଣୀ ମଲ୍ଲୀକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।କବି ଗୋବିନ୍ଦ ଚନ୍ଦ୍ର ନନ୍ଦ କବିତାର ସମୀକ୍ଷା କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ସହକାରୀ ଶିକ୍ଷକ ମହାଦେବ ପଣ୍ଡା। ବକ୍ତବ୍ୟ ପ୍ରଦାନ କରିଥିଲେ ଡଃ ଇତିଶ୍ରୀ ଗିରି,ପ୍ରଭାସ ମହାନ୍ତି।



