ଗଣେଶପୂଜା ଚାନ୍ଦାମାଗି ୪ଗିରଫ
ତାଳଚେର ୧୦/୦୯ ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ୪ଜଣ ଯୁବକ ବେଆଇନ ଭାବେ ଗଣେଶ ପୂଜା ଚାନ୍ଦା ଆଦାୟ ଘଟଣାରେ ପୋଳିସ୍ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିରାକାର ସାହୁ (୩୩), ରଙ୍ଗା ଭୋଇ (୨୭), ନିର୍ମଳ ଭୋଇ (୩୦), ରାଜୁ ଭୋଇ (୩୨)କୁ ଗିରଫ କରିଛି । ସେମାନଙ୍କ ଠାରୁ ୫୬୦ଟଙ୍କା ଜବତ କରିବା ସହ ଥାନାରେ କେସ ନଂ-୨୫୫/୦୯/୦୯/୨୦୨୬, ଧାରା ୧୨୬(୨)/୨୯୬/୩୦୮(୨)୩୫୧(୨)/୩(୫) ମାମଲା ରୁଜୁ କରାଯାଇ ଆଇନ଼ଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସେଠୀଙ୍କ ନିକଟରୁ ଜଣାପଡ଼ିଛି ।

September 11, 2026/
No Comments


