ବ୍ରାହ୍ମଣୀନଦୀକୁ ଗାଧୋଇବାକୁ ଯାଇ ନିଖୋଜଙ୍କ ଶବ ଉଦ୍ଧାର
ତାଳଚେର ୧୦/୦୯ ଗତ ୭ତାରିଖ ରାତ୍ରି ୯ଟା ସମୟରେ ତାଳଚେର ପୌରପରିଷଦ ରେମୁଁଆ ଅଂଚଳର ବିିକେନ୍ଦ୍ର ଦ୍ୱିବେଦୀ (୫୪)ବ୍ରାହ୍ମଣୀନଦୀର ଜଗନ୍ନାଥ ତୁଠକୁ ଯାଇ ସେଠାରେ ପ୍ୟାଂଟ, ସାର୍ଟ, ଚପଲ ରଖି ସେଠାରୁ କୁଆଡ଼େ ଗଲେ କାହାକୁ ବି ଜଣାନଥିବା ଘଟଣା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିଲା । ସେହି ସମୟରେ କେହି କୁହନ୍ତି ଗାଧୋଇବାକୁ ଯାଇ ପାଣିର ସ୍ରୋତ ପ୍ରଖର ଥିବାରୁ ଭାସି ଯାଇଥିବା ବେଳେ ଆଉ କିଏ କୁହନ୍ତି ପ୍ୟାଂଟ, ସାର୍ଟ, ଚପଲ ରଖି ସେଠାରୁ କୌଶଳକ୍ରମେ ତାଙ୍କୁ ୍ରପହରଣ କରି ନିଆଯାଇଛି । ପରିବାର ବର୍ଗ ବହୁ ଖୋଜାଖୋଜି କରିବାପରେ ଜଗନନ୍ନାଥ ତୁଠକୁ ଯାଇ ତାଙ୍କର ଚପଲ, ପ୍ୟାଂଟ, ସାର୍ଟକୁ ଚିହ୍ନଟ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ଏବଂ ଆଜି ତାଙ୍କର ଶବ କାମାକ୍ଷାନଗର କମଗରା ଘାଟିରୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ଓ ପୋଲିସ୍କୁ ଖବର ଦେଇଥିଲେ । ପୋଲିସ୍ ସେଠାରେ ପଂହଚି ଶବକୁ ଜବତ କରିବା ସହ କାମାକ୍ଷାନଗର ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇ ପଠାଇ ଦେଇଥିବା ଜଣାପଡ଼ିଛି ।

September 11, 2026/
No Comments


