ଗୁରୁଜାଙ୍ଗ ଗ୍ରାମରେ ଯୁବ ବାହିନୀ ପକ୍ଷରୁ ନିଶାମୁକ୍ତି ସଚେତନତା ଅଭିଯାନ
ତାଳଚେର, ୧୨/୦୯ ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ଯୁବ ବାହିନୀ ପକ୍ଷରୁ ଏକ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ବାହିନୀ ସଭାପତି ଆଗ୍ନେୟ ପାଣିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଯୁବକ, ଛାତ୍ରଛାତ୍ରୀ ଓ ମହିଳାମାନେ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ମଧ୍ୟ ସ୍ଥଳରେ ଆୟୋଜିତ ସଚେତନତା ସଭା ଜରିଆରେ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ଏହା କିପରି ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି ସେ ସଂପର୍କରେ ବୁଝାଇଥିଲେ । ଏଥିରେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ବକ୍ତବ୍ୟରେ ନିଶା ମୁକ୍ତ ସଭାଜ ଓ ନିଶା ମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ଇଂଜିନିୟର ଚନ୍ଦନ ପାଣି, ଆଲୋକ ପାଣି, ଅଦୈତ ପାଣି, ରିତେଶ ପାଣି, ଚକିଲ ପାଣି, ଡ୍ରାଇଭର ସଂଘ ସଭାପତି ଦୁଃଖବନ୍ଧୁ ବାରିକ୍, ଏସଏଚଜି ବିଷ୍ଣୁପ୍ରିୟା ସର, ପ୍ରଭାତ ପାଣି, ସରୋଜିନି ପାଣି, ମଂଜୁଲତା ପାଣି ପ୍ରମୁଖ ଯୋଗଦାନ କରିଥିଲେ ।

September 13, 2026/
No Comments


