ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତିଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଯାଜପୁର ୧୨/୯/୨୬(ଜାଗ୍ରତ ଭାରତ ନ୍ୟୁଜ): ନହୁଣି ସ୍ଥିତ ମଦନମୋହନ ପାଟଣାର ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ତଥା ସମାଜସେବୀ ଏବଂ ପରୋପକାରୀ ଓ ଲୋକଙ୍କ ସୁଖ ଦୁଃଖର ସାଥି ଏବଂ କର୍ତ୍ତବ୍ୟ ନିଷ୍ଠା ଓ ଅନେକ ଅନୁଷ୍ଠାନ ସହିତ ଜଡ଼ିତ ହୋଇ ସମାଜ ପାଇଁ ଅନେକଗୁଡ଼ିଏ ସମାଜ ମଙ୍ଗଳ ପାଇଁ କାମ କରିଛନ୍ତି।ସେ ହେଉଛନ୍ତି ମାଧବାନନ୍ଦ ଦାସ।ଆଜି ତାଙ୍କର ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ପୃର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ରାଜକନିକା ଯାଦବ ମହାସଭାର ଉପଦେଷ୍ଟା ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଯାଦବ ମହାସଭାର ଉପସଭାପତି ମନୋଜ ପରିଡ଼ା। ମୁଖ୍ୟ ବକ୍ତା ଭାବେ ରାଜକନିକା ଯାଦବ ମହାସଭାର ସଭାପତି ଇଞ୍ଜିନିୟରି ପଞାନନ ଦାସ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓଳାଭର ଯୁବକ ସଂଘର ସଂପାଦକ ଶ୍ରୀନିବାସ ଓଝା। ରାଜକନିକା ଯୁବ ଯାଦବ ମହାସଭାର ସଭାପତି ଗଙ୍ଗାଧର ଦାସ। ଅବସରପ୍ରାପ୍ତ ସୈନିକ ଅକ୍ଷୟ ନାଥ। ସାମ୍ବାଦିକ ନଳିନୀ ପୃଷ୍ଟି, ଶିକ୍ଷାବିତ ରମାକାନ୍ତ ସାହୁ,ପୃର୍ବତନ ବ୍ଳକ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲୀକ ପ୍ରମୁଖ ଯୋଗଦେଇ ଥିଲେ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ମମତା ଦାସ।ଅନ୍ୟ ମାନଙ୍କ ମଧ୍ୟରେ ଭାଇ ଅଲେଖ ଦାସ , ପୁତ୍ର ମୁକେଶ ଦାସ,କିଶନ ଦାସ,କନ୍ୟା ମମତା ଦାସ, ଜ୍ବାଇଁ ସୁକାନ୍ତ ଦାସ ଏବଂ ବନ୍ଧୁ ବର୍ଗ ଯୋଗଦେଇ ଥିଲେ



