ପାଣି କାଦୁଅ ରେ ଚାଲିଛି ହାଟ : ତାଳଚେର
ତାଳଚେର, ୧୩/୯ ତାଳଚେର ସନିବାର ହାଟରେ ଲୋକଙ୍କ ଏଭଳି ଦୁର୍ଦ୍ଦଶା ଏବଂ କାଦୁଆ ପାଣିରେ ଲୋକଙ୍କର ଖସିପଡ଼ି ଆହତ ହେବା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏତେ ବଡ଼ ହାଟ ହୋଇଥିଲେ ମଧ୍ୟ ସେଠାରେ ଡ୍ରେନେଜ୍ ବ୍ୟବସ୍ଥା ଏବଂ ପରିମଳ ସମସ୍ୟା ଦୀର୍ଘଦିନ ହେବ ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି। ଏହି ସମସ୍ୟା ନେଇ ବୁଦ୍ଧିଜୀବୀ ଓ ସାଧାରଣ ବେପାରୀମାନଙ୍କ ମଧ୍ୟରେ ମୁଖ୍ୟତଃ ନିମ୍ନଲିଖିତ ପ୍ରଶ୍ନ ଓ କାରଣଗୁଡ଼ିକ ଆଲୋଚନାକୁ ଆସୁଛି l ମୌଳିକ ସୁବିଧାର ଅଭାବ: ହାଟରେ ପାଣି ନିଷ୍କାସନ ପାଇଁ ଭଲ ଡ୍ରେନ୍ ନଥିବାରୁ ସାମାନ୍ୟ ବର୍ଷା କିମ୍ବା ପନିପରିବା ବର୍ଜ୍ୟବସ୍ତୁ ପଡ଼ି ସେଠାରେ କାଦୁଆ ଓ ପାଣି ଜମି ରହୁଛି, ଯାହାଫଳରେ ଗ୍ରାହକ ଓ ବେପାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ଅବ୍ୟବସ୍ଥା ଓ ଜାଗା ଭଡ଼ା, ଛୋଟ ବଡ଼ ବେପାରୀମାନଙ୍କଠାରୁ ବିଭିନ୍ନ ପ୍ରକାରର ଆଦାୟ ହେଉଥିବା ସତ୍ତ୍ବେ ହାଟର ଉନ୍ନତିକରଣ କାହିଁକି ହୋଇପାରୁ ନାହିଁ, ତାହାକୁ ନେଇ ବେପାରୀମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ପ୍ରଶାସନିକ ଦୃଷ୍ଟିର ଅଭାବ: ଉପଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହାଟରେ ପକ୍କା ରାସ୍ତା, ଉଚ୍ଚା ସ୍ଥାନରେ ଦୋକାନ ବ୍ୟବସ୍ଥା ଏବଂ ଜଳ ନିଷ୍କାସନର ସଠିକ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

September 14, 2026/
No Comments


