ତାଳଚେର ଚୂଡ଼ାନ୍ତ ୨୦୨୬ ଭୋଟର ତାଲିକା ପ୍ରକାଶ
ବୁଥସଂଖ୍ୟା ୨୨୮କୁ ବୃଦ୍ଧି ଭୋଟର ସଂଖ୍ୟା ୧ଲକ୍ଷ ୫୬ହଜାର ୧୩୭
ତାଳଚେର, ୨୩/୦୯ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ତାଲିକା ୨୦୨୬ ‘ସ୍ୱତନ୍ତ୍ରସଘନ ସଂଶୋଧନ’(ଏସଆଇଆର) ଅନ୍ତର୍ଗତ ଚୂଡ଼ାନ୍ତ ପ୍ରକାଶନ ସମ୍ପର୍କରେ ଏକ ବୈଠକ ତାଳଚେର ଉପଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକରେ ଉପଜିଲ୍ଳାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀଫଟୋ ସହିତ ଚୂଡ଼ାନ୍ତ ନିର୍ବାଚନୀ ତାଲିକା ୨୦୨୬ର ପ୍ରକାଶନ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଏଥିସହିତ ଚୂଡ଼ାନ୍ତ ତାଲିକା ପ୍ରକାଶନ ପ୍ରକ୍ରିୟା ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତାଲିକାର ନକଲ ପ୍ରଦାନ ଏବଂ ନିର୍ବାଚନୀ ତାଲିକାରେ ନାମ ସମ୍ମିଳନ ସଂଶୋଧନ ଓ ବିଲୋପ ସମ୍ପର୍କିତ ପ୍ରଚଳିତ ନିୟମ ଓ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ବୈଠକରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନଧିଙ୍କୁ ସେମାନଙ୍କ ଅବଗତି ଓ ରେକର୍ଡ଼ ନିମନ୍ତେ ଫଟୋ ସହିତ ଚୂଡ଼ାନ୍ତ ନିର୍ବାଚନୀ ତାଲିକା ୨୦୨୬ର ନକଲ ପ୍ରଦାନ କରାଯାଇଥିଲା । ବୈଠକ ଆରମ୍ଭରେ ସହକାରୀ ଜିଲ୍ଳାପାଳ ତଥା ଇଆରଓ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ । ନିର୍ବାଚନୀ ତାଲିକାର ଚୂଡ଼ାନ୍ତ ପ୍ରକାଶନ ଓ ପରବର୍ତି ପ୍ରକ୍ରିୟାରେ ସମସ୍ତ ସହଯୋଗ ଓ ସଚେତନ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ତେବେ ଚଳିତବର୍ଷ ଏସଆଇଆର କାର୍ଯ୍ୟକ୍ରମରେ ୧ଲକ୍ଷ ୫୬ହଜାର ୧ଶହ ୩୭ଜଣ ଭୋଟର ଥିବା ବେଳେ ପୂର୍ବରୁ ଥିବା ସଂଖ୍ୟା ବୁଥ ସଂଖ୍ୟା ୨୦୨ ରୁ ବୃଦ୍ଧି ପାଇ ୨୨୮ରେ ରହିଥିବା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।



