ପାଞ୍ଚୋଟି ରାଜ୍ୟରେ ବାର୍ଡ ଫ୍ଲୁ

ଜେ ବି ଏନ, ୦୭/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟ (ପକ୍ଷୀୀ)ବାର୍ଡ ଫ୍ଲୁରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ତେଣୁ ଏହି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି ବହୁ-ଶୃଙ୍ଖଳିତ ଦଳ ଗଠନ କରିଛି।
କେରଳରେ ନିୟୋଜିତ ଏକ ଉଚ୍ଚ ସ୍ତରୀୟ ଦଳ, ପରିବେଶ ମନ୍ତ୍ରଣାଳୟ ମନିଟରିଂ ଏବଂ ପ୍ରତିରୋଧ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।
ଏଥି ସହିତ ସରକାରୀ ସୂତ୍ରରୁ ପାଞ୍ଚ ରାଜ୍ୟ କୁହାଯାଉଥିବା ବେଳେ କେରଳ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ରାଜସ୍ଥାନ, ହରିଆଣା ଏବଂ ଗୁଜୁରାଟ ରେ ଏହି ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି l



