ମା ବାଉତି ଯାତ୍ରାର ପ୍ରସ୍ତୁତି ବୈଠକ

ଜେ ବି ଏନ, ୧୦/୦୧/୨୦୨୧, (ରିପୋର୍ଟ, ସୁବ୍ରତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମର ମା ବାଉତି ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ପୌଷ ପୂର୍ଣିମାରେ ମା ବାଉତି ଙ୍କ ବାର୍ଷିକ ଉତ୍ସବ ପାଳିତ ହୁଏ l ଜାନୁଆରୀ ମାସ ୨୮ ତାରିଖ ଦିନ ପୌଷ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବା ରୁ ଆଜି ତା ୧୦/୦୧ /୨୦୨୧ ରିଖ ରବିବାର ସନ୍ଧ୍ୟା ୪ ଘଟିକା ସମୟରେ ସରପଞ୍ଚ ଶ୍ରୀ ଉଚ୍ଛବ ଦେହୁରୀ ଙ୍କ ନେତୃତ୍ଵରେ ଏକ ବୈଠକ ପାଳିତ ହୋଇଯାଇଛି l

ଏହି ବୈଠକରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଯାତ୍ରା କମିଟି ସଭାପତି ସାଧୁ ଚରଣ ମହାନ୍ତି, ସମ୍ପାଦକ ବୀଜୟ ବିଶୋଇ ଓ ଗୋପବନ୍ଧୁ ଭୋଇ, ହାଡ଼ିବନ୍ଧୁ ବେହେରା, ଚନ୍ଦ୍ରମଣି ସାମଲ, ବିମ୍ବାଧର ପରିଡା, ମୋହନ ନାୟକ, ଅଲେଖ ସାହୁ, ବୈରାଗୀ ଗୁରୁ, ପ୍ରଦୀପ ମାଝୀ, ସୌଭାଗ୍ଯ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ବୈଠକ ପରିଚାଳନା ହୋଇଥିଲା l



