
ଅବସରପ୍ରାପ୍ତ ମୂର୍ତ୍ତୀକା ସଂରକ୍ଷଣ କର୍ମଚାରୀ ସଂଘ ୮ମ ବାର୍ଷିକ ଅଧିବେଶନ
(ଜେ. ବି. ଏନ୍) ୧୩/୦୧ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ମୂର୍ତ୍ତିକା ସଂରକ୍ଷଣ କର୍ମଚାରୀ ସଂଘ ଢେଙ୍କାନାଳ ର ଅଷ୍ଟମ ବାର୍ଷିକ ଅଧିବେଶନ ଗୁଡ଼ିଆନାଲି ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ସଭାପତିତ୍ବ କରିଥିଲେ। ସଂଘ ର ପଞ୍ଜୀକରଣ ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ କରାଯାଇଥିଲା। ଓ ସଂଘ ର ପଞ୍ଜୀକରଣ ଫେବ୍ରୁଆରି ମାସରେ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ବାର୍ଷିକ ଅଧିବେଶନରେ ମୂର୍ତ୍ତୀକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦେଶକ ଢେଙ୍କାନାଳ ଶ୍ରୀ ପ୍ରଫୁଲ୍ଲ କୁମାର ପଡିଆରି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସଂଘ ର ଉପଦେଷ୍ଟା ପୂର୍ବତନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ରାମ ଚନ୍ଦ୍ର ଦାସ ଉପସ୍ଥିତ ରହି ସଂଘ ର ଉତ୍ତରୋତ୍ତର ସମୃଦ୍ଧି କାମନା କରିଥିଲେ। ସଂଘ ର ଅନ୍ୟ ଉପଦେଷ୍ଟା ଯଥା, ଶ୍ରୀ ବିନୋଦ କୁମାର ମିଶ୍ର, ଶ୍ରୀ କୃଷ୍ଣ ଚନ୍ଦ୍ର ବିଶ୍ଵାଳ, ଉପସ୍ଥିତ ଥିଲେ। ନୂତନ ସମ୍ପାଦକ ଭାବେ ଶ୍ରୀ ହେମନ୍ତ କୁମାର ପଟ୍ଟନାୟକ ନିର୍ବାଚିତ ହୋଇ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ନୂତନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।



