ଜଗତସିଂହପୁର ଜ଼ିଲ୍ଲା ରେ ପହଁଚିଲା କୋଭିଡି ଭ୍ୟାକସିନ

ଜେ ବି ଏନ, ୧୩/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ରେ ପହଁଚିଲା କୋଭିଡି ଭ୍ୟାକସିନ । ବହୁ ପ୍ରତିକ୍ଷୀତ କୋଭିଡ଼ ଭ୍ୟାକସିନ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଟୀକା ଭଣ୍ଡାର ରେ ପହଁଚିଛି ! CDMO.ବିଜୟା ଲକ୍ଷ୍ମୀ ପଣ୍ଡା ! ADMO.ପ୍ରମୋଦ କୁମାର ବାରିକ ! ଚକ୍ରଧର ଜେନା ଙ୍କ ଉପସ୍ଥିତ ରେ ଜଗତସିଂହପୁର ଜ଼ିଲ୍ଲା ରେ ପ୍ରଥମ ପଯ୍ୟାୟରେ 5100 ଭ୍ୟାକସିନ ପହଁଚିଛି ! ଜାନୁଆରୀ 16 ରେ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଜଗତସିଂହପୁର, ବାଲିକୁଦା , ରଘୁନାଥପୁର , ବାଲିକୁଦା , ବିରିଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ହେଲଥ କେୟାର ୱାର୍କର ମାନଙ୍କୁ ପ୍ରଦାନ କରାଯିବା ! ଜ଼ିଲ୍ଲା ରେ ମୋଟ 7952ଜଣ ହେଲଥ କେୟାର ୱାର୍କର ଙ୍କୁ କୋଭିଡ଼ ଭ୍ୟାକସିନ ତାଲିମ ପ୍ରାପ୍ତ ଭ୍ୟାକ୍ସିନେଟର ଦ୍ଵାରା ପ୍ରଦାନ କରାଯିବ ! ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



