ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ଅନୁଗୋଳ : ଅନୁଗୋଳ ଜିଲ୍ଲାର ଜଣେ କିରାଣୀ ଆଜି ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜଣେ କିରାଣୀ ଯାହଙ୍କ ନାମ ସାଧୁ ଚାତମ୍ବ, ସେ ଜଣେ ବ୍ୟକ୍ତିଙ୍କ ଠାରୁ ଲଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ତେବେ ସେ ଉକ୍ତ କାର୍ଯ୍ୟକ୍ରମରେ ଜଣେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି l ତେବେ ଜମି ଜମା କାଗଜ ପତ୍ର ପାଇଁ ସେ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l



