ଜିଲ୍ଲାସ୍ତରୀୟ ଶିକ୍ଷାନବିସ ପ୍ରୋତ୍ସାହନ କର୍ମଶାଳା

ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଶିକ୍ଷା ନବିସ କର୍ମଶାଳା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ବର୍ଗକୁ ବୈଷୟିକ ତାଲିମ ଦେଇ ପ୍ରସ୍ତୁତ ରଖିବା ସହ ଆଗକୁ ବଢିବା ପାଇଁ ସେମାନଂକର ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଶିକ୍ଷା ନବିସମାନେ ଉପଯୁକ୍ତ ତାଲିମ ନେଇ କର୍ମକୁଶଳି ହେଲେ ନିଜର ଉନ୍ନତି ହେବା ସହିତ ଶିକ୍ଷାନୁଷ୍ଠାନ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଜିଲ୍ଲାର ଯେଉଁ ପିଲାମାନେ ଦକ୍ଷତା ଉପଯୋଗୀ ଅଛନ୍ତି ସେମାନଙ୍କୁ ସମ୍ପୃକ୍ତ ଶିଳ୍ପ ସଂସ୍ଥାରେ ସାମିଲ କରି ସମାଜର ଆର୍ଥିକ ସ୍ଥିତିକୁ ସୁଦୃଢ କରାଯାଇପାରିବ । ଏହାଦ୍ୱାରା ଏହାର ସୁଫଳ ଅନ୍ୟମାନଂକ ପାଇଁ ପ୍ରେରଣାର ଉତ୍ସ ହେବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଛି । ସାଧାନ କର୍ମୀ ଭାବେ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟର ଶ୍ରୀ ମନୋଜ ତ୍ରିପାଠୀ , ନୋଡାଲ ଅଫିସର ଶ୍ରୀ ସଂଜିବ କୁମାର ପ୍ରଧାନ , ଡି ଟି ଇ ଟିର ଶ୍ରୀ ବିଜୟ ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିକ୍ଷା ନବିସମାନଂକୁ ଦକ୍ଷତା ବୃଦ୍ଧି ସହ ନିଜେ ସ୍ବାବଲମ୍ବୀ ହେବା ଉପରେ ବୁଝାଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ତଥା ନୋଡାଲ ଅଫିସର ଶ୍ରୀ ମାନସ ରଂଜନ ମହାନ୍ତି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ପ୍ରୋତ୍ସାହନ କର୍ମଶାଳାରେ ଜିଲ୍ଲା ସ୍ତରରୁ ଶିକ୍ଷା ନବିସ ଏବଂ ଶିକ୍ସ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।



