ଶେଷ ହେଲା ଛେଳିଆପଡା ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପାର୍ଥୀଙ୍କ ଭାଗ୍ୟ

ଜେ ବି ଏନ, ୧୧/୦୨/୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ପଞ୍ଚାୟତରେ ଆଜି ଉପନିର୍ବାଚନ ର ଗରମାଗରମ୍ ମାହୋଲ୍ ଦେଖିବାକୁ ମିଳିଥିଲା । ବେଶ୍ ଶାନ୍ତି ଶୃଙ୍ଖଳା ଭାବେ ଆସି ଲୋକେ ଭୋଟ୍ ମତଦାନ କରିଛନ୍ତି।ଏହି ମତ ଦାନ ସକାଳ ୭ଟା ରୁ ଆରମ୍ଭ ହୋଇ ଦିନ ୧୨ଟା ରେ ସରିଥିଲା। ସରପଞ୍ଚ ପଦବି ପାଇଁ ତିନିଜଣ ସରପଞ୍ଚ ପ୍ରାର୍ଥୀ ଦେଖିବାକୁ ମିଳିଥିଲା । ଏହି ତିନିଜଣ ପ୍ରାର୍ଥୀ ମଧ୍ୟରେ ହେଲେ ଝରଣା ମହାଳିକ ମାଛ ଚିହ୍ନ, ଖୋଲାବହି ଚିହ୍ନ ରେ ଜ୍ୟୋତ୍ସ୍ନା ରାଣି ନାଏକ ଏବଂ ସୂର୍ଯ୍ୟ ଚିହ୍ନ ରେ ସୁମିତ୍ରା ଗୋଛାୟତ । ତିନିଜଣଙ୍କ ମଧ୍ୟରେ ଜୋର ଦାର୍ ଟକ୍କର ଥିଲାଭଳି ପ୍ରଚାରରୁ ଜଣାପଡିଥିଲା କିନ୍ତୁ ଆଜି ତାର ଅନ୍ତ ଘଟିଛି, ୧୧ ଟି ୱାର୍ଡ଼ କୁ ନେଇ ଗଠିତ ଥିବା ଏହି ପଞ୍ଚାୟତ ରେ ମୋଟ୍ ୩୨୩୭ ଭୋଟର ଙ୍କ ମତଦାନ ହୋଇଥିବା ବେଳେ ଆଉ କିଛି ଭୋଟର କୌଣସି କାରଣ ବସତଃ ଭୋଟ୍ କେନ୍ଦ୍ରକୁ ଆସିପାରିନଥିବା ଶୁଣିବାକୁ ମିଳିଛି।



