
ଜାମା ମସ୍ଜିଦ ପରିଚାଳନା କମିଟି ତଥା ଉନ୍ନୟନ କମିଟିର ମିଳିତ ବୈଠକ
ଜେ ବି ଏନ (ସୁବ୍ରତ କୁମାର/ଶୁଭମ ପାଣି ) ୧୧/୦୨ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜାମା ମସ୍ଜିଦ ପରିଚାଳନା କମିଟି ତଥା ଉନ୍ନୟନ କମିଟିର ମିଳିତ ଉଦ୍ୟମରେ ତା୧ ୧.୦ ୨.୨୦୨୧ ରିଖ ଗୁରୁବାର ଦିବା ୧୧ ଘଟା ସମୟରେ ଗାନ୍ଧୀମନ୍ଦିର ରୋଡ୍ସ୍ଥିତ ଆର୍ . କେ .ରିଜେନ୍ସି ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜନୈକ ବ୍ୟକ୍ତି ମହମ୍ମଦ ଉସ୍ମାନ୍ ଓ ତାଙ୍କ ସହଯୋଗୀମାନଙ୍କ ଦ୍ଵାରା ମସ୍ଜିଦ୍ ଉନ୍ନୟନ କମିଟି ବିରୁଦ୍ଧରେ କରିଥିବା ଅଭିଯୋଗ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଅଛି । ଜାମା ମସ୍ଜିଦ୍ ପରିଚାଳନା କମିଟିର ସହ – ସଂପାଦକ ନୁରୁଲ୍ ଇସ୍ଲାମ୍ ଉକ୍ତ ବୈଠକରେ ସଭାପତିତ୍ବ କରି ଜଣାଇଥିଲେ ଯେ , ଜାମା ମସ୍ଜିଦ୍ ଅନ୍ତର୍ଗତ କିଛି ବ୍ୟକ୍ତି ମହମ୍ମଦ ଉମାନଙ୍କ ନେତୃତ୍ୱରେ ମସ୍ଜିଦ୍ ଉନ୍ନୟନ କମିଟି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତିହୀନ ଅଟେ ଏବଂ ଏହା କେବଳ ମସଜିଦରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଦେଖି ଅତ୍ୟନ୍ତ ଇର୍ଷାନ୍ବିତ ହୋଇ ପଡିଥିବାର ଲକ୍ଷଣ ଅଟେ । ମସ୍ଜିଦ୍ ଉନ୍ନୟନ କମିଟିର ସଭାପତି ମହମ୍ମଦ ଅଫଜଲ୍ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ , ଏହି କମିଟିକୁ ପ୍ରଥମ ଦଫାରେ ୯ ଲକ୍ଷ ୫୦ ହଜାର ଟଙ୍କାର ଋଣ ମିଳିଥିଲା । ସେଥିରେ ସମସ୍ତ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ କରାଯିବା ସହିତ ଋଣ ପରିଶୋଧ ଅବଧି ପୂର୍ବରୁ ସମସ୍ତ ରଣରାଶି ପରିଷୋଧ କରାଯିବା ଫଳରେ ଦ୍ବିତୀୟ ଦଫାରେ ୩୭ ଲକ୍ଷ ରଣ ମିଳିପାରିଛି । ଏହି ୩୭ ଲକ୍ଷରେ ମଧ୍ୟ ମାର୍କେଟ୍ କମ୍ପ୍ଲେକ୍ସ ଉପର ମହଲ୍ଲା ନିର୍ମାଣ , ମସ୍ଜିଦ୍ର ସୌନ୍ଦର୍ଯ୍ୟକରଣ ତଥା ଆଧୁନିକ କରଣ , ୩୨ ଲକ୍ଷ ଟଙ୍କା ପରିଶୋଧ କରାଯାଇ ସାରିଲାଣି । ବଡ ଦୁଃଖର କଥା ଅଭିଯୋଗକାରୀମାନେ କୌଣସି ପ୍ରକାରର ସଠିକ୍ ତଥା ନଜାଣି କିପରି ମିଥ୍ୟା ଅଭିଯୋଗ କରିଛନ୍ତି। ଉନ୍ନୟନ କମିଟିର ସମ୍ପାଦକ ସମଦ୍ ବେଗ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ , ମସ୍ଜିଦ୍ ଉନ୍ନୟନ କମିଟି ବିରୁଦ୍ଧରେ ଅଭିଯୋଗ ଆଣିଥିବା ବ୍ୟକ୍ତି ବିଶେଷମାନଙ୍କର ଦୂରଦୃଷ୍ଟିର ଅଭାବ ତଥା ଜ୍ଞାନର ଅଭାବ ରହିଛି । ସେମାନେ ଏତିକି ଜାଣିନାହାନ୍ତି ଯେ , ଯଦି ପ୍ରଥମ ଋଣ ଠିକ୍ ସମୟରେ ଶୁଝାଯାଇ ନଥାନ୍ତା ତାହା ହେଲେ ଦ୍ବିତୀୟ ରଣ ୩୭ ଲକ୍ଷ କିପରି ମଞ୍ଜୁର ହେଲା ଏବଂ ଋଣ ପରିଶୋଧ ଅବଧି ପୂର୍ବରୁ ଦ୍ବିତୀୟ ଋଣରୁ ୩୨ ଲକ୍ଷ ପରିଶୋଧ କରାଗଲାଣି ଏବଂ ତୃତୀୟ ଋଣ ପାଇଁ ଆବେଦନ କରିବାକୁ ସଂପୃକ୍ତ ବିଭାଗ ସବୁଜ ସଙ୍କେତ ଦେଇସାରିଲାଣି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଯେତେବେଳେ ମସ୍ଜିଦ୍ ଏକ କୁଡିଆ ଘରେ ରହୁଥିଲା ମସ୍ଜିଦ୍ର କିଛି ଆୟପନ୍ଥା ନଥିଲା । ସେତେବେଳେ ଏହି ଅଭିଯୋଗକାରୀମାନେ ନୀରବଦ୍ରଷ୍ଟା ସାଜିଥିଲେ ଏବଂ ଏବେ ଯେତେବେଳେ ମଜିଦ୍ର ଆୟ ଲକ୍ଷାଧିକ ଟଙ୍କାରେ ପହଁଚିଛି ସେତେବେଳେ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏହି ବ୍ୟକ୍ତିମାନେ ଅଭିଯୋଗ ରୂପକ ହୀନ ପ୍ରୟାସ କରୁଛନ୍ତି । ହେଲେ କମିଟି ସମ୍ପୂର୍ଣ୍ଣ ଠିକ୍ ବାଟରେ ରହିଛି । ଏଥି ନିମନ୍ତେ ଯଦି ଜିଲ୍ଲାପାଳ ମହୋଦୟ ତଦନ୍ତ କରିବାକୁ ଚାହିଁବେ କମିଟି ତାଙ୍କୁ ସ୍ବାଗତ କରିବା ସହିତ ପୂର୍ଣ୍ଣ ସହଯୋଗ କରିବ । କମିଟିର କୋଷାଧକ୍ଷ ମନୱାର ବକ୍ସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଜନସାଧାରଣ ଆମକୁ ନିର୍ବାଚିତ କରି ସମଜିଦ୍ ପରି ଧାର୍ମିକ ପୀଠର ସେବା କରିବା ପାଇଁ ଦାୟିତ୍ବ ଦେଇଛନ୍ତି । ଆମେ ସେମାନଙ୍କ ଆଶା ମୁତାବକ କାମ କରୁଛୁ । ତେଣୁ କାହାର ମିଥ୍ୟା ଅଭିଯୋଗକୁ ଭୃକ୍ଷେପ କରିବାର ଆବଶ୍ୟକତା ନାହିଁ । କମିଟିର ସଭ୍ୟ ରିୟାଜ୍ ଅଲ୍ଲୀ ଶେଷରେ ଧନ୍ୟବାଦ ଜଣାଇ ପ୍ରେସ ମିଟ୍ ଭଙ୍ଗ କରିଥିଲେ । ଉକ୍ତ ବୈଠକରେ ଜନାବ ଇଲିୟାସ୍ ମହମ୍ମଦ , ଆଇଜୀବି ଜନାବ ସୁଲେମାନ୍ ଖାଁ , ଖାଲିଦ୍ ବେଗ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।



