ଅନ୍ତ ଘଟିଲା ୨୦୦ ବର୍ଷ ପୁରୁଣା ଅନ୍ଧବିଶ୍ୱାସର


ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମପଞ୍ଚାୟତ ବେଲାଦୁଲା ଗ୍ରାମରେ ଏକ ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ ଘଟଣା ଦେଖିବାକୁ ମିଳିଛି I ଇଂରେଜ ଅମଳରୁ ପାଖାପାଖି ୨୦୦ ବର୍ଷ ର ପୁରୁଣା ଗ୍ରାମ ଆଠମଲ୍ଲିକ ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ଏହି ବେଲାଦୁଲା ଗ୍ରାମ I କିନ୍ତୁ ଗ୍ରାମରେ ବହୁ ପୁରୁଣା ପ୍ରଚଳିତ ଏକ ଅନ୍ଧ ବିଶ୍ୱାସ ଯେ ଏହି ଗ୍ରାମରେ କୌଣସି ବ୍ୟକ୍ତି ଘର ତିଆରି କରିପାରିବେ ନାହିଁ କାହିଁକି ନା ବୟସ୍କ ଲୋକ ମାନଙ୍କ କହିବା ଅନୁଯାୟୀ ଯିଏ ବି ଏହି ଗ୍ରାମରେ ଛାତ ଘର ତିଆରି କରିବେ ତାଙ୍କ ପରିବାର ର ମୁଖିଆ ଙ୍କ ମୃତ୍ୟୁ ହେବା ସହ ତାଙ୍କ ପରିବାର ସମ୍ପୁର୍ଣ୍ଣ ଦୈବିକ ଅଭିଶପ୍ତ ହୋଇଯିବ, ତେଣୁ ଭୟରେ ଗ୍ରାମବାସୀ ମାନେ ଆଜି ପର୍ଯ୍ୟନ୍ତ ନିଜ ଘରେ କେହି ଛାତ ପକାଇ ବାକୁ ସାହସ କରୁନଥିଲେ ! କିନ୍ତୁ ଏହି ଆଧୁନିକ ଯୁଗରେ ଗ୍ରାମର କିଛି ଶିକ୍ଷିତ ଯୁବକ ଏହି ପରମ୍ପରା କୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି I ୩ ଥର ସାଧାରଣ ବୈଠକ ପରେ ଗ୍ରାମର ବୟଜେଷ୍ଠ ବ୍ୟକ୍ତିଗଣ, ମହିଳା ମାନେ, ଯୁବଗୋଷ୍ଠୀ ଓ କୁନି କୁନି ପିଲାମାନଙ୍କ ମଧ୍ୟରେ ଏକ ସହମତି ପ୍ରକାଶ ପାଇଥିଲା କି ଅନ୍ଧ ବିଶ୍ୱାସ ର ପରମ୍ପରା କୁ ଭାଙ୍ଗି ଗ୍ରାମରେ ଛାତ ଘର ନିର୍ମାଣ କରାଯିବ I ଏହି ଅନ୍ଧବିଶ୍ୱାସ ଯୋଗୁଁ ଗ୍ରାମବାସୀ ମାନେ ସରକାର ଙ୍କ ବିଭିନ୍ନ ଆବାସ ଯୋଜନା ରୁ ବଂଚିତ ହୋଇଅIସୁଥିଲେ ତେଣୁ ସାଧାରଣ ସଭାରେ ନିଷ୍ପତ୍ତି ନିଆଗଲା କି ପ୍ରଥମେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଠାକୁର ଘରକୁ ଛାତ ପକାଇ ନିର୍ମାଣ କରାଯିବ I ଏଥିରେ ସବୁ ଗ୍ରାମବାସୀ ମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ଶାରୀରିକ,ମାନସିକ ଓ ଆର୍ଥିକ ସହଯୋଗ କରି ଆଜି ଠାକୁର ଘରର ନିର୍ମାଣ କାର୍ଯ୍ୟ କୁ ଆଗେଇବା ସହ ଛାତ ପକେଇବାର ଦେଖାଯାଇଛି I
ଘଟଣା ରୁ ପ୍ରକାଶ ଯେ ଗ୍ରାମବାସୀଙ୍କ ଭୟ ମଧ୍ୟରେ ଏହି ଖୁସି ମୁହୂର୍ତ୍ତରେ ଆଠ ମଲ୍ଲିକ ବିଡ଼ିଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ଅIଚIର୍ଯ୍ୟ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁନାଲ ମହୋଦୟ ଉପସ୍ଥିତ ରହି ଗ୍ରାମବାସୀ ଙ୍କୁ ଏହି କାର୍ଯ୍ୟରେ ଉତ୍ସIହିତ କରିବା ସହ ୨୬ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇଛନ୍ତି I ତାଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀ ପ୍ରସଂସା କରିବା ସହ ସାଧୁବାଦ ଜଣାଇଥିଲେ I




