ଆଇପିଏଲ – ୨୦୨୧ର ସବୁଠୁ ଦାମୀ ଖେଳାଳି ଭାବେ ଇତିହାସ ରଚିଲେ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଚେନ୍ନାଇ : ବହୁ ପ୍ରତୀକ୍ଷିତ ଆଇପିଏଲ – ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି । ପ୍ରଥମ ଦିନରେ ସବୁଠୁ ଦାମୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ ବିକ୍ରି ହୋଇଛନ୍ତି । ରାଜସ୍ଥାନ ରୟାଲ୍ ତାଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ଏହା ସହିତ ଆଇପିଏଲ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହେବା ସହ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ଯୁବରାଜ ୧୬ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ଏହା ବ୍ୟତୀତ ଅଷ୍ଟ୍ରେଲିଆର ଅଲ୍ରାଉଣ୍ଡର ପ୍ଲେନ ମ୍ୟାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ( ଆରସିବି ) । ମ୍ୟାକ୍ସୱେଲଙ୍କୁ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍ସ ( ସିଏସକେ ) ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । କିନ୍ତୁ ଆରସିବି ସର୍ବାଧୂକ ମୂଲ୍ୟ ଦେଇ ତାଙ୍କୁ ଦଳରେ ସାମିଲ କରିଛି । ସେହିପରି ବାଲାଦେଶର ଷ୍ଟାର କ୍ରିକେଟର ସାକିବ୍ ଅଲ୍ ହସନଙ୍କୁ ପୁଣି ଥରେ କେକେଆର କିଣିନେଇଛି । କେକେଆର ତାଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ ନିଜ ଦଳକୁ ନେଇଛି । ଏହାବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଅଧୁନାୟକ ଷ୍ଟିଭ୍ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ କିଣିଛି । ସେ ୨ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କର ବେସ୍ ପ୍ରାଇସ ୨ କୋଟି ଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)