କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଘର୍ଷ ସମିତି ର ଆହ୍ୱାନ କୁ ସମର୍ଥନ କରି ମିଳିତ ଟ୍ରେଡ଼ ୟୁନିଅନ ପକ୍ଷରୁ ଯାଜପୁର ରୋଡ ଠାରେ ରେଳରୋକ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ବ୍ୟାସନଗର ଆଜି ତା 18.2.2021ରିଖ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ର ଆହ୍ୱାନ ରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅପରାହ୍ନ 12ଟା ରୁ 4ଟା ପର୍ଯ୍ୟନ୍ତ ଦେଶ ଵ୍ୟାପୀ ଦିଆଯାଇଥିବା ରେଳରୋକ ଡାକରା କୁ ସମର୍ଥନ କରି ମିଳିତ ଟ୍ରେଡ଼ ୟୁନିଅନ ଯଥା ଆଇ ଏନ ଟି ୟୁ ସି, ସି ଆଇ ଟି ୟୁ, ଏ ଆଇ ୟୁ ଟି ୟୁ ସି ପକ୍ଷରୁ ମିଳିତ ଭାବେ ଗୋପବନ୍ଧୁ ଛକ ଠାରୁ ଏକ ବ୍ରହ୍ନଡ୍ୟ ଶୋଭାଯାତ୍ରା ବାହାରି ଯାଜପୁର ରୋଡ ରେଲୱେ ଷ୍ଟେସନ ଠାରେ ପହଂଚି ରେଳରୋକ କରାଯାଇଥିଲା !ସେଠାରେ ଏକ ପ୍ରତିବାଦ ସଭା ରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଓ ଏ ଆଇ ୟୁ ଟି ୟୁ ସି ର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି !ଅନ୍ୟମାନଙ୍କ ମଧ୍ୟରେ ଆଇ ଏନ ଟି ୟୁ ସି ର ପରମାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ଖଣ୍ଡାଇ, ପଦ୍ମନାଭ ନାୟକ, ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ସତ୍ୟପ୍ରକାଶ କୁଅଁର, ସି ଆଇ ଟି ୟୁ ର ନିର୍ମଳ ରଥ, ସୁରେଶ ସାହୁ, ଗଣେଶ ସାହୁ, ଧୀରେନ୍ଦ୍ର ବେହେରା, ବେବିନା ଯେନା, ଅଛୁତା ପ୍ରଧାନ, ବିଜୟାନନ୍ଦ ମଲ୍ଲିକ, ମହେନ୍ଦ୍ର ମହାପାତ୍ର, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ରତ୍ନାକର ପାତ୍ର, କାଁହୁ ନାୟକ, ସନ୍ତୋଷ ବରାଳ, ସଞ୍ଜୁଲତା ବାରିକ, ଲିଲି ମହାନ୍ତି, ମାଳତୀ ଟୁଡୁପଦ୍ମାବତୀ କିସକୁ, ଅମ୍ବିକା ନାୟକ, ଏସ କେ କରିମ, ସୁବ୍ରତ ଜେନା ନୃସିଂହ ମହାନ୍ତ, ମେଘନାଦ ମଲ୍ଲିକ, ବିଜୟ ଜେନା, ରାଜ କିଶୋର ମହାନ୍ତ ଓ ଚୈତନ୍ୟ ସାହୁ ପ୍ରମୁଖ କେନ୍ଦ୍ର ସରକାର ଙ୍କ ଜିଦଖୋର ମନୋବୃତ୍ତି, ଅଗଣତାନ୍ତ୍ରିକ ପଦକ୍ଷେପ ସମ୍ବିଧାନ ଉପରେ କଳଙ୍କ ବୋଲିବା ଅଯଥାରେ କୃଷକ ଆନ୍ଦୋଳନ କୁ ସମର୍ଥନ କରୁଥିବା ଦିଶା ରବି ଙ୍କ ଭଳି ସମାଜ ସେବି ଙ୍କ ନାମରେ ଦେଶଦ୍ରୋହୀ ମୋକଦ୍ଦମା ରୁଜୁ କରିବା ଘଟଣା କୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କୃଷି ବିଲ କୁ ପ୍ରତ୍ୟାହାର ନ କଲେ ଦେଶ ତମାମ ଅଶାନ୍ତି ସୃଷ୍ଟି ପାଇଁ ବି ଜେ ପି ସରକାର ଦାୟୀ ହେବ ବୋଲି ବକ୍ତା ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ !ସମଗ୍ର ଯାଜପୁର ରୋଡ ରେଲୱେ ଷ୍ଟେସନ କୁ ପୋଲିସ ଛାଉଣୀ କରି ଆନ୍ଦୋଳନ କରି ମାନଙ୍କୁ ଭୟଭୀତ କରିବା ସହିତ ଅପରାହ୍ନ 1ଟା ଠାରୁ 4ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀବାହି ଟ୍ରେନ ଚଳାଚଳ ବନ୍ଦ କରିବା ପ୍ରଶାସନ ର ଏକ ଷଡଯନ୍ତ୍ର ବୋଲି ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ର ନେତା ମାନେ ଏକ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି !




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
