ରାସ୍ତାରେ ଜଳିଗଲା ବିଡ଼ି ବୋଝେଇ ଟାଟା ଏସି ଟେମ୍ପୁ, ଶୁଣିଲେନି ଚାରି କମ୍ପାନୀର ଦମକଳ କେନ୍ଦ୍ର

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ : ଆଜି ସନ୍ଧ୍ୟା ସମୟରେ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ନବଭାରତ ଛକରେ ଏକ ବିଡ଼ି ବୋଝେଇ ଟାଟା ଏସି ଓଆର ୦୨ବି ୟାଇ୪୨୧୨ ବିଡ଼ି ବୋଝେଇ ଗାଡି ଅନୁଗୁଳରୁ ଢେଙ୍କାନାଳ ଯାଉଥିବା ସମୟରେ ମୋଟଙ୍ଗା ଥାନା ନବଭାରତ ଛକରେ ଗାଡ଼ିରେ ହଠାତ ନିଆଁ ଲାଗି ସଂପୂର୍ଣ୍ଣ ଗାଡି ପୋଡି ପାଉଁଶ ହୋଇଯାଇଥିଲା । ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟଧରି ରାଜପଥ ଉପରେ ଏହି ଗାଡି ନିଆଁ ଲାଗୁଥିଲା ନିଆଁକୁ ଲୋଭାଇବା ପାଇଁ ନିକଟସ୍ଥ ଚାରି ଟାଟା ଷ୍ଟିଲ, ନବଭାରତ,ଜି ଏମ ଆର, ଏମ ଜି ଏମ କମ୍ପାନୀର ଦମକଳ କେନ୍ଦ୍ରକୁ ସ୍ଥାନୀୟ ଲୋକମାନେ ଫୋନ କଲ କରି ଜଣାଇଥିଲେ ମଧ୍ୟ ଚାରି କମ୍ପାନୀର ଦମକଳ କର୍ମଚାରୀ ମାନେ ବିଭିନ୍ନ ବାହାନା କରି ଆସିନଥିଲେ। ନିକଟସ୍ଥ ସମସ୍ତ କମ୍ପାନୀର ନିଆଁଲିଭା ଦମକଳ ଥିଲେ ମଧ୍ୟ କେହି ପହଞ୍ଚି ପାରିନଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।ନିୟୁଜ ଲେଖା ଯିବା ପର୍ଯ୍ୟନ୍ତ ଗାଡ଼ି ମାଲିକ ବିଷୟରେ ସୂଚନା ମିଳିନଥିଲା।



