ପୁନର୍ବାର ମଣ୍ଡି ଖୋଲିବାକୁ ଚାଷୀ ମାନଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ପଞ୍ଚାୟତର ଚାଷୀମାନେ ପ୍ରଶାସନକୁ ଫେରାଦ ହୋଇ ପୁନର୍ବାର ମଣ୍ଡି ଖୋଲିବାକୁ ନିବେଦନ କରିଛନ୍ତି । ଅଭିଯୋଗ ଅନୁଯାୟୀ , ବଦଳିଆବନ୍ଧ ପଞ୍ଚାୟତର ୪୯୭ ଜଣ ଚାଷୀ ଗୋବିନ୍ଦପୁର ସେବା ସମବାୟ ସମିତିର ଧାନ ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜିକୃତ ହୋଇଛନ୍ତି । ଗତ ୧୩ ତାରିଖରେ ଧାନ ବିକିବା ଲାଗି ଟୋକନ ପାଇଥିବା ଚାଷୀମାନେ ଧାନ ଧରି ମଣ୍ଡିରେ ପହଞ୍ଚିଥିଲେ । କିନ୍ତୁ ଧାନ କ୍ରୟ ଟାର୍ଗେଟ୍ ପୂରଣ ହୋଇଥିବାରୁ ମଣ୍ଡି ହୋଇଥିବା ଚାଷୀମାନେ ଜାଣି ବାକୁ ପାଇଥିଲେ ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବାରୁ ଅଧିକ ୫ ହଜାର କୁଇଣ୍ଟାଲ ଧାନ ବିକ୍ରି ଲାଗି ଅନୁମତି ମିଳିବା କଥା । କିନ୍ତୁ ତାହା କରାନଯାଇ ପୂର୍ବ ବର୍ଷ ର ଟାର୍ଗେଟ୍ ଅନୁଯାୟୀ ଧାନ କ୍ରୟ କରାଯାଇଛି । ଅନ୍ୟ ପଟେ ମଣ୍ଡି ବନ୍ଦ ହୋଇଯାଇଥିବାରୁ ଅଧିକାଂଶ ଚାଷୀ ଧାନ ବିକ୍ରି କରି ପାରୁ ନାହାଁନ୍ତି | ଯାହାଫଳରେ ଧାର କରଜ କରି ଚାଷ କରିଥିବା ଚାଷୀମାନେ ଅଭାବ ବିକ୍ରିର ସମ୍ମୁଖିନ ହେବାକୁ ଯାଉଛନ୍ତି । ଏଣୁ ତୁରନ୍ତ ମଣ୍ଡି ଖୋଲିବାକୁ ଚାଷୀ ରଶ୍ମୀ ରଞ୍ଜନ ଜେନା , ପଞ୍ଚାନନ ରାଉତ , ରଞ୍ଜନ କୁମାର ବିହାରୀ , ଦିପ୍ତ ରଞ୍ଜନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।



