ଲଙ୍ଗୁଳିଆବେଡା ରେ ଅଗ୍ନିକାଣ୍ଡ ଦୁଇ ବଖରା ଘର, ଦୁଇ ଛେଳି, ସାଇକେଲ, ଧାନ, ଆସବାବ ପତ୍ର ଭସ୍ମୀଭୂତ

ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ମହେଶ୍ଵର ବାରିକ ଙ୍କ ଘରେ ବୁଧବାର ରାତି ୧୨ ଟା ସମୟରେ କୌଣସି କାରଣରୁ ନିଆଁ ଲଗି ଯିବାରୁ ଦୁଇ ବଖରା ଚାଳ ଘର, ଦୁଇ ଛେଳି, ସାଇକେଲ, ଧାନ ଓ ଅନ୍ୟାନ୍ୟ ଜିନିଷ ପତ୍ର ଛାରଖାର ହୋଇଯାଇଛି। ଘଟଣା ରୁ ପ୍ରକାଶ ଯେ, ବୁଧବାର ରାତି ୧୨ ଟା ସମୟରେ ସମସ୍ତ ଶୋଇ ଯାଇଥିବା ବେଳେ କୌଣସି କାରଣରୁ ଶ୍ରୀ ବାରିକ ଙ୍କ ଘରେ ନିଆଁ ଲାଗୁଥିଲା। ସେହି ସମୟରେ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଏକ କାର୍ଯ୍ୟକ୍ରମ ସାରି ଫେରୁ ଥିବା ସମୟରେ ଅଗ୍ନି କାଣ୍ଡ ଦେଖି ଘଟଣା ସ୍ଥଳରେ ଦୌଡ଼ି ନିଆଁ ଲିଭାଇ ବାକୁ ଚେଷ୍ଟା କରିଥିଲେ। ଘର ମାଲିକ ଓ ପରିବାର ଘଟଣା ଜାଣି ପାଇ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶୁଖିଲା ବରାଡ଼ ଛପର ଚାହୁଁ ଚାହୁଁ ଲାଗିଯିବ ସହ ଛିଡି ପଡିଥିଲା। ସେହି ସମୟରେ ଘର ଭିତରେ ବନ୍ଧା ହୋଇଥିବା ଦୁଇ ଛେଳି, କୁ ଘର ମାଲିକ ଶ୍ରୀ ବାରିକ ଚେଷ୍ଟା କରି ପୋଡି ଆହତ ଆହତ ହୋଇଥିଲେ। ଘର ମାଲିକ ଅତ୍ୟନ୍ତ ଗରିବ ହୋଇଥିବାରୁ କ୍ଷୟ କ୍ଷତି ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଆର ଆଇ(RI) ପହଂଚି କ୍ଷୟ କ୍ଷତି ର ଅକଳନ କରିଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)