ପଲ୍ଲୀସଭା ଅନୁଷ୍ଠିତ 
ବିଷୟ——- ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତରେ ଆଜି ପବିତ୍ର ସ୍ବାଧୀନତା ଦିବସ ଅବସରରେ ସରପଞ ନନ୍ଦକିଶୋର ମଲ୍ଲୀକଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଗ୍ରାମସଭାରେ ପଞ୍ଚାୟତର ପିଓ ତ୍ରିଲୋଚନ ଦାସ,ପ୍ରାକ୍ତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର,ନାଏବ ସରପଞ ଅନ୍ନପୂର୍ଣ୍ଣା ସାମଲ,ପ୍ରମୋଦ ସାମଲ,କ୍ଷେତ୍ରବାସି ଜେନା ,ମାଧ ମଲ୍ଲୀକ,ରମେଶ ସାହୁ,ପ୍ରସନ୍ନ ନାୟକଙ୍କ ସମେତ ସମସ୍ତ ୱଡସଭ୍ୟ ଓ ଶତାଧିକ ଜନସାଧାରଣ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପଞ୍ଚମ ଅର୍ଥ କମିଶନର ପଞ୍ଚାୟତ ଗୁଡ଼ିକୁ ଆସୁଥିବା ଅନୁଦାନ ପାଇଁ ପ୍ରକଳ୍ପ ଚୟନ କରାଯିବ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ଚୟନ ସଂପର୍କରେ ଆଲୋଚନା ହୋଇଥିଲା ଏବଂ ଯେଉଁସବୁ କାର୍ଯ୍ୟ ପଞ୍ଚାୟତରେ ହୋଇନାହିଁ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।ସରପଞ ସମସ୍ତ ଯୋଗ୍ୟ ହିତାଧିକାରିଙ୍କୁ ଆବାସ ମିଳିବ ବୋଲି ପ୍ରକାଶ କରିଥିଲେ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




