ସିମିଳିଆ କପ୍ ଉଦ୍ଯାପିତ
ଢେଙ୍କାନାଳ- ୨୯.୦୧.୨୦୨୩ – ଢେଙ୍କାନାଳ ସହର ନିକଟସ୍ଥ ସିମିଳିଆ ପଡିଆରେ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଉଦ୍ଯାପିତ ହୋଇଛି । ଆଜିର ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ଯାପନୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ଆଜବେଷ୍ଟସ୍ର ମ୍ୟାନେଜର କ୍ଷୀରୋଦ୍ ବେହେରା , ମ୍ୟାନେଜର ବିଜୟ କୁମାର ବିଶ୍ବାଳ ଏବଂ ମ୍ୟାନେଜର ଅଜିତ୍ କୁମାର ଦେହୁରୀ ଓ ଗଣେସ ଜୁଏଲ୍ର୍ସର ମାଲିକ ରାଜେଶ ଶୋନୀ । ଉଦ୍ଯାପନୀ ଦିବସରେ ସିମିଳିଆ ଓ ଆଛନ୍ଦ ମଧ୍ୟରେ ମ୍ୟାଚ୍ ହୋଇଥିଲା । ପ୍ରଥମେ ଆଛନ୍ଦ ଟସ୍ ଜିତି ବ୍ୟାଟିଂ କରି ୨୦ ଓଭରରେ ୧୯୩ ରନ୍ ସଂଗ୍ରହ କରିଥିଲା । ଜବାବରେ ସିମିଳିଆ ଦଳ ୧୯.୫ ଓଭର୍ରେ ଲକ୍ଷ୍ୟଧାର୍ଯ୍ୟ ରନ୍କୁ ପୁରଣ କରି ବିଜୟ ହାସଲ କରିଥିଲା । ସିମିଳିଆ ଟିମ୍ର ରଣଜିତ୍ ବିଶାଲ୍ ୨୦ ବଲ୍ରେ ୪୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଏହି ମ୍ୟାଚ୍କୁ ସୌମ୍ୟରଞ୍ଜନ ପାତ୍ର ଓ କାଳନ୍ଦୀ ବେହେରା ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଟ୍କୁ ଗୌରୀ ସ୍ପୋର୍ଟିଙ୍ଗ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ସଫଳ କରାଇଥିଲେ ।




