ବିଶ୍ଵ ଆର୍ଦ୍ର ଭୂମି ଦିବସ ପାଳିତ

ଢେଙ୍କାନାଳ municipalityର୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୦୨.୦୨.୨୦୨୩ ରିଖ ଗୁରୁବାର ରେ ବିଶ୍ଵ ଆର୍ଦ୍ର ଭୂମି ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ବିଶ୍ଵ ଆର୍ଦ୍ର ଭୂମି ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଆର୍ଦ୍ର ଭୂମି ଆମଜୀବନ ଉପରେ କିପରି ବଞ୍ଚିବା ର ରାହା ଦେଖାଇ ଥାଏ ବୋଲି ବକ୍ତବ୍ୟରେ ଉପସ୍ଥାପନା କରିଥିଲେ।। ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା,ବନ ଧ୍ବଂସ ନ କରିବା ଦ୍ବାରା ଆର୍ଦ୍ର ଭୂମି ସୁରକ୍ଷିତ ରହେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ।। ସେହି ପରି ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ପିଲାମାନଙ୍କୁ ଜନସଚେତନତା ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ ଜଳ କୁ ନଷ୍ଟ ନକରି ତା’ର ସଂରକ୍ଷଣ ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

August 1, 2026/
No Comments



