ଅମ୍ବାଭୋନା ରେ ଜଳନ୍ଧର ରାଜ ର ତୃତୀୟ ସନ୍ଧ୍ୟା, ଜଳନ୍ଧର ଙ୍କ ବୈକୁଣ୍ଠପୁର ଗମନ



।ଅମ୍ବାଭୋନା- 17/02/2023 -ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ଗ୍ରାମରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟଷମ୍ଭୁ ପୀଠ ବାବା କେଦାରନାଥ ଙ୍କ ମହା ଶିବରାତ୍ରି ଉପଲକ୍ଷେ ଜଲନ୍ଧର୍ ରାଜ୍ ର ତ୍ରୁତୀୟ ରଜନୀରେ ଜଳନ୍ଧର ଙ୍କ ବୈକୁଣ୍ଠପୁର ଗମନ ଆଦି ଦୃଶ୍ୟ ଅଭିନୀତ ହୋଇଛି । ଜଳନ୍ଧର ଙ୍କ ରାଜଦରବାରରେ ମୁଖ୍ଯ ଅତିଥି ଭାବରେ ଏକ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ନୀଲକୁମାରୀ ନାୟକ, ଦୁଇ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ କଲ୍ପନା ପଧାନ,ବରଗଡ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ,ଭୈନାତୋରା VAC ଶୋଭା ରାମ ନାଏକ, ଦ୍ବାରୀ ପଞ୍ଚାୟତ ର ସମିତି ସଭ୍ଯ ରଘୁନାଥ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ସମସ୍ତ ଅତିଥି ମାନଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଥିଲା। ପରିଚାଳନା ରେ ରୋହିତ ଭୋଇ, ଅମ୍ବାଭୋନା କେଦାରନାଥ ମନ୍ଦିର ଟ୍ରଷ୍ଟି ସଚ୍ଚିଦାନନ୍ଦ ପୁରୋହିତ, ସଭାପତି ଗଜେନ୍ଦ୍ର ଦାସ୍, ଆଶିଷ ପୁରୋହିତ ,ବୁବୁନ୍ ,ନାରାୟଣ, ଶିବନାରାୟଣ, ପବିତ୍ର,ସୁନିଲ,କ୍ଷିରୋଦ୍ର,ପଞ୍ଚାନନ,ସତ୍ୟ, ଗୋପାଳ,ଟଙ୍କଧର ଓ ନନ୍ଦ ପ୍ରମୁଖ ସହଯୋଗ କରି ଥିଲେ। ଜଲନ୍ଧର୍ ରାଜ୍ ର ତ୍ରୂତୀୟ ରଜନୀ ରେ ସିନ୍ଧୁ ନରେଶ ମହାରାଜ ଜଲନ୍ଧର୍ ଙ୍କ ର ବୈକୁଣ୍ଠ ପୁର କୁ ଗମନ।ଭଗବାନ ବିଷ୍ଣୁ ଙ୍କୁ ମର୍ତ୍ତ୍ଯ ପୁର କୁ ଯିବା ପାଇଁ ନିବେଦନ।ଭଗବାନ ବିଷ୍ଣୁ ବାରଣ କରିବାରୁ ବିଷ୍ଣୁ ଙ୍କ ସହିତ ଯୁଦ୍ଧ । ଯୁଦ୍ଧ ରେ ବିଷ୍ଣୁ ଜଲନ୍ଧର୍ ଙ୍କ ହସ୍ତରୁ ପରାଜିତ ହେଲାପରେ ମହାରାଜ ଜଲନ୍ଧର୍ ଙ୍କୁ କ୍ଷୀରସାଗର ପ୍ରଦାନ ଏବଂ ଲକ୍ଷ୍ମୀ ନାରାୟଣ ଜଲନ୍ଧର୍ ଙ୍କ ସଙ୍ଗେ ମର୍ତ୍ତ୍ଯ କୁ ଗମନ ,ବିଷ୍ଣୁ ଙ୍କ ଠାରେ ଦେବତା ମାନଙ୍କ ସ୍ତୁତି ଆଦି ଦୃଶ୍ୟ ଅଭିନୀତ
ହେଇଥିଲା।ଭୁମିକା ରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ କଲାକାର ଶ୍ରୀ ଗୋପାଳ ପଣ୍ଡାଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା, ମହାମନ୍ତ୍ରୀ ଭୁମିକା ରେ ଲଖିନ୍ଦ୍ର ହୁଏ, ଶୁକ୍ରାଚାର୍ଯ୍ୟ ଭୁମିକା ରେ ଦେବାନନ୍ଦ ଭୋଇ ଅଭିନୟ କରିଥିଲେ। ଚାଟ, ଗୁପଚୁପର ଏବଂ ମିନାବଜାର ର ମଜା ଦର୍ଶକମାନେ ଉପଭୋଗ କରିଥିଲେ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




