( ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଦାଦାଗିରି, ଭିନ୍ନକ୍ଷମ ଙ୍କ ଠାରୁ ଛଡାଇ ନେଲେ ଟ୍ରାଇ ସାଇକେଲ
)
ଜଗତସିଂହପୁର
ତା =6/3/23
ଜଗତସିଂହପୁର ଜ଼ିଲ୍ଲା ରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଜଗତସିଂହପୁର ଜ଼ିଲ୍ଲାରେ ସାମାଜିକ ସୁରକ୍ଷା ବିଭାଗ କାର୍ଯ୍ୟକରୁଛି | ଏହି ବିଭାଗ ରେ ନିକଟରେ ଜ଼ିଲ୍ଲା ସାମାଜିକ ଅଧିକାରୀ ଭାବେ ସୁନୀଲ କୁମାର ନାୟକ ନିୟୋଜିତ ହୋଇଛନ୍ତି | ହେଲେ ଏହି ଅଧିକାରୀଙ୍କ ର ଭିନ୍ନକ୍ଷମ ମାନଙ୍କ ପ୍ରତି ହୀନମାନ୍ୟତା ଓ ଅମାନବୀୟ କାର୍ଯ୍ୟକଳାପ ଏବଂ ଦାଦାଗିରି ଦାଣ୍ଡରେ ପଡି ହାଟରେ ଗଡୁଛି | ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି |ଭିନ୍ନକ୍ଷମ ମାନଙ୍କ ପ୍ରତି ଏଭଳି ସଂକୀର୍ଣ୍ଣ ମନୋଭାବ ପ୍ରତିପୋଷଣ କରୁଥିବା ଅଧିକାରୀ ଙ୍କ ବିରୋଧ ରେ ଜ଼ିଲ୍ଲାପାଳ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି |ଖବର ନେବାରେ ଜଣାପଡିଛି ଫେବୃଆରୀ ଚବିଶି ତାରିଖ ଦିନ ଜଗତସିଂହପୁର ବ୍ଲକ ଓଡିଶୋ ଗ୍ରାମର ଷାଠିଏ ପ୍ରତିଶତ ଭିନ୍ନକ୍ଷମ ଥିବା ଅରକ୍ଷିତ ଚାନ୍ଦ ନାମକ
ଜଣେ ଭିନ୍ନକ୍ଷମ ଙ୍କୁ ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ର ସୁପାରିଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଅରକ୍ଷିତ ଅତ୍ୟନ୍ତ ଆନନ୍ଦିତ ହୋଇ ଦୈନ ଦିନ ଟ୍ରାଇ ସାଇକେଲ ଜରିଆରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟତ କରୁଥିଲେ | କେତେକ ହିନ୍ନମାନ୍ୟତା ହିର୍ଷା ପରାୟଣ ବ୍ୟକ୍ତି ଙ୍କ ପ୍ରରୋଚନାରେ ପ୍ରଭାବିତ ହୋଇ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଚତୁରତାର ସହିତ ମାର୍ଚ୍ଚ ଚାରି ତାରିଖ ଅପରାହ୍ନ ରେ ଅରକ୍ଷିତ ଙ୍କୁ ନିଜ କାର୍ଯ୍ୟାଳୟ କୁ ଡାକି ବଳପୂର୍ବକ ଟ୍ରାଇ ସାଇକେଲ କୁ ଛଡାଇ ନେଇଯାଇଥିଲେ | ଆରକ୍ଷିତ ଅଧିକାରୀ ଙ୍କ ଦାଦାଗିରି କୁ ମୁଣ୍ଡ ପାତି ସହିନେଇ ଅନେକ ଗୁହାରି ମଧ୍ୟ୍ୟ କରିଥିଲେ |ହେଲେ ନିଷ୍ତୁର ଅଧିକାରୀ ଅରକ୍ଷିତ ଙ୍କ ଗୁହାରିକୁ କର୍ଣ୍ଣପାତ କରିନଥିଲେ | ଶେଷରେ ଅରକ୍ଷିତ ଭାଗ୍ୟ କୁ ଆଦରି ଲୁହ ଛଳ ଛଳ ଆଖିରେ ଛୋଟେଇ ଛୋଟେଇ ଘରକୁ ପ୍ରତ୍ୟାବର୍ତନ କରିଥିଲେ | ଭିନ୍ନକ୍ଷମ ଅରକ୍ଷିତ ଙ୍କ ପ୍ରତି ଜ଼ିଲ୍ଲା ସାମାଜିକ ଅଧିକାରୀ ଙ୍କ ଦାଦାଗିରି ସମ୍ପର୍କରେ ଆରକ୍ଷିତ ଲିଖିତ ଭାବେ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

