ଶ୍ରୀ ଚୈତନ୍ୟ ଜୀଉଙ୍କର ଜନ୍ମ ଉତ୍ସବ ପାଳିତ




ଢେଙ୍କାନାଳ ଦୋଳ ମଣ୍ଡପ ସାହି ସ୍ଥିତ ରାଧା କୃଷ୍ଣ ବଜାର ଠାରେ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କର ଜନ୍ମ ଉତ୍ସବ ତଥା ଦୋଳ ପୂର୍ଣ୍ଣିମା ଉତ୍ସବ ଆଜକୁ ବହୁତ ବର୍ଷ ଧରି ରାଜ ରାଜୁଡ଼ା ଅମଳରୁ ମହା ସମାରୋହରେ ପାଳିତ ହୋଇ ଆସୁଛି। ଉକ୍ତ ଦିନ ଆମର ଆରାଧ୍ୟ ଦେବତା ରାଧା କୃଷ୍ଣ ଜୀଉଙ୍କୁ ବିମାନରେ ବସାଇ ବାଜା ରୋଷଣୀ ମାଧ୍ୟମରେ ସାହି ପରିକ୍ରମା କରି ଭୋଗ ଲଗାଯାଏ। ଏଥିରେ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଙ୍କୀର୍ତ୍ତନ ପରିବେଷଣ କରାଯାଏ ଓ ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଉତ୍ସବ ପାଳିତ ହେଉଛି। ମିହିର ପ୍ରଧାନ, ଗୋବିନ୍ଦ ଷେଣ୍ଢ, ସନ୍ତୋଷ ବେହେରା, ଗୋବର୍ଦ୍ଧନ ଦଳେଇ, ପିଣ୍ଟୁ ପାତ୍ର, ଦିଗାମ୍ବର ବେହେରା ପ୍ରମୁଖ ଙ୍କ ଉପସ୍ଥିତିରେ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କ ଜନ୍ମ ଉତ୍ସବ ପାଳନ ହୋଇଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

