ଆସ୍ପାୟାର ପକ୍ଷରୁ ଆନ୍ତର୍ଜାୟ ଜାତୀୟ ମହିଳା ଦିବସ ପାଳନ

କେନ୍ଦୁଝର ଜିଲ୍ଲା ପଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗ୍ରାମର ଲକ୍ଷ୍ମୀ ମଣ୍ଡପ ପରିସରରେ ଟାଟା ଆସ୍ପାୟାର ପକ୍ଷରୁ ଆନ୍ତର୍ଜାୟ ଜାତୀୟ ମହିଳା ଦିବସ ପାଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଣିପସି ଗ୍ରାମ ରୁ ବାହାରି ୭୬୦ ଜଣ ମହିଳା ମାନେ କଣ୍ଟିଆପଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନ କରିଥିଲେ।ରକ୍ତ ହୀନତା,ଜୀବନ କୋଷ,ମାନସିକ ସାମାଜିକ ନିୟମ,ଲିଙ୍ଗ ଗତ ଭେଦଭାବ,ଯୌନ,ସ୍ୱାସ୍ଥ୍ୟ ସମ୍ପର୍କ,ବାଲ୍ୟ ବିବାହ,ଶିଶୁ ସୁରକ୍ଷା ଏବଂ କଲ୍ୟାଣ,ବ୍ୟକ୍ତିଗତ ସ୍ୱଚ୍ଛତା,ଅନ୍ୟ ସଂକ୍ରମିତ ରୋଗ,ପ୍ରଜନନ ପଥ ସଂକ୍ରମଣ,ଯୌନ ସଂକ୍ରମଣ ଏବଂ ନିଶା ମୁକ୍ତ ଅଞ୍ଚଳକୁ କରିବା ପାଇଁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସଂମ୍ମାନୀତ ଅତିଥି ଆସ୍ପାୟାର ବ୍ଲକ୍ ସଂଯୋଜକ ଶିଶିର କୁମାର ଦାସ,ଯୋଗ ଦାନ ଦେଇ ମଞ୍ଚରେ ଶିକ୍ଷା,ସ୍ୱାସ୍ଥ୍ୟ ମହିଳା ସଶକ୍ତିକରଣ ନିଶା ନିବାରଣ ଉପରେ ପ୍ରମୁଖ ଉପସ୍ଥିତ ରେ ଅଭିଭାଷଣ ରଖିଥିଲେ।ଟାଟା ଆସ୍ପାୟାର ର ବ୍ଲକ୍ କାଡିନେଟର ଉଯାଶିନୀ ମହାନ୍ତ ଙ୍କ ସମେତ ମୁଖ୍ୟ ଅତିଥି ଭାବେ ଓଡିଶା କୁଡୁମି ସେନା ର ଉପ ସଭାପତି ମିତ୍ର ଭାନୁ ମହାନ୍ତ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲିନା ନାଏକ ୱାଡ଼ ମେମ୍ବର,ସାମିଲ ହୋଇଥିଲେ।ପରିଶେଷରେ ମହିଳା ମାନଙ୍କୁ ନେଇ ମିଉଜିକଚେୟାର, ରଙ୍ଗଲି, କରଚୁରାଲ ଖେଳରେ ବିଜେତା ମାନଙ୍କୁ ପ୍ରଥମ,ଦ୍ୱିତୀୟ ,ତୃତୀୟ ମହିଳା ମାନଙ୍କୁ ଟାଟା ଆସ୍ପାୟାର ତରଫରୁ ପୁରସ୍କାର ପ୍ରଦାନ କରିଥିଲେ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

