୧୪୯ ନମ୍ୱର ଜାତୀୟ ରାଜପଥ ନେଲା ଦୁଇ ମୁଣ୍ଡ
ଟ୍ରକ ଓ ବାଇକ୍ ଧକ୍କାରେ ଦୁଇ ମୃତ
ତାଳଚେର , ଆଜି ଅପରାହ୍ନ ୫ ଟା ସମୟରେ ତାଳଚେର ଥର୍ମାଲ ନିକଟସ୍ଥ ଜାତୀୟ ରାଜପଥ ୧୪୯ ନଂ ନନ୍ଦିରା ବ୍ରିଜ ପାଖରେ ଏକ ମର୍ମନ୍ତୁଦ ରାସ୍ତା ଦୃଘଟଣା ରେ ଚାଲିଯାଇଛି ଦୁଇ ଜୀବନ । ଘଟଣା ରୁ ପ୍ରକାଶ ଏକ ଟ୍ରକ ମୋଟର ସାଇକେଲ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବ୍ୟକ୍ତି ବିରିବୋଲେଇ ଗ୍ରାମର ଗତିକୃଷ୍ଣ ସାହୁ ଓ ପପୁ ସାହୁ । ଉଭୟେ ବଅଁରପାଳ ରୁ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପଛ ପାଖରୁ ଏକ ଟ୍ରକ୍ ଓ ଡି ୦୧ ଏଫ ୮୬୩୯ ଧକ୍କା ଦେଇ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ ହୋଇଥିଲା। ଅନୁଗୋଳ ଜିଲ୍ଲା ର ଜାତୀୟ ରାଜପଥ ରେ ବାରମ୍ବାର ଦୃଘଟଣା ଘଟି ଆକାଳ ରେ ଚାଲିଯାଉଛି ଅନେକ ଧନଜୀବନ । ଆଉ କେତେ ମୁଣ୍ଡ ଗଡ଼ିଲେ ନିଦ ଭାଙ୍ଗିବ ଉଭୟ ଜାତୀୟ ରାଜପଥ ବିଭାଗ ର ବୋଲି ସାଧାରଣ ରେ ଉଠିଛି ପ୍ରଶ୍ନ । କ୍ଷତି ପୂରଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜପଥ ଅବରୋଧ ହୋଇଥିବାବେଳେ ପୋଲିସ ବୁଝାସୁଝା କରିଥିଲେ। ପ୍ରାୟ ରାତି ୧୦:୩୦ ମିନିଟ୍ ସମୟରେ ଅବରୋଧ ପ୍ରତ୍ୟାହୃତ ହୋଇଥିବା ବେଳେ ପୋଲିସ ଦୁଇ ଗାଡି କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)


