(ବିରିଆପଡା ଅଙ୍ଗନ ୱାର୍ଡି ଖ କେନ୍ଦ୍ରରେ ବ୍ୟାପକ ଅନିୟମିତତା ବିରୋଧ ରେ ବିଡ଼ିଓ ଙ୍କୁ ଅଭିଯୋଗ )
ଜଗତସିଂହପୁର
ତା =25/3/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ବରମୁଣ୍ଡଳି ପଞ୍ଚାୟତ ବରିଆପଡା ଅଙ୍ଗନୱାର୍ଡି ଖ କେନ୍ଦ୍ର ରେ ବ୍ୟାପକ ଅନିୟମିତତା କାର୍ଯ୍ୟ ପରିଲକ୍ଷିତ ହୋଇଛି |
ଏହି ଅଙ୍ଗନୱାର୍ଡି କେନ୍ଦ୍ର ର ନିଜସ୍ୱ ନାହିଁ |ଦୀର୍ଘ ଦିନ ହେବ ଅଶ୍ୱସ୍ତ୍ୟକର ପରିବେଶ ମଧ୍ୟ୍ୟ ରେ ଅଙ୍ଗନୱାର୍ଡି ୱାର୍କର ବିଦୁପ୍ରଭା ଜେନା ଙ୍କ ନିଜସ୍ୱ ଗୃହରେ ଅଙ୍ଗନ ୱାର୍ଡି କେନ୍ଦ୍ର ଚାଲିଛି | ବିଦୁପ୍ରଭା ଙ୍କ ଶାଶୁ ସେହି ଅଂଚଳର ସୁପରଭାଇଜର ହୋଇଥିବାରୁ କର୍ମଚାରୀ ଙ୍କ ମର୍ଜିରେ କେନ୍ଦ୍ର ଖୋଲା ହେଉଛି ଏବଂ ବନ୍ଦ ହେଉଛି | ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ, ଅଣ୍ଡା, ଔଷଧ, ଆଦୌ ଦିଆଯାଉନାହିଁ | ଅଭିଭାବକମାନେ ଅଭିଯୋଗ କଲେ କର୍ମଚାରୀ ଙ୍କ ସ୍ୱାମୀ ଙ୍କ ଦ୍ଵାରା ଧମକ ମିଳୁଛି | ଏ ସମ୍ପର୍କ ରେ ଗ୍ରାମର ମହିଳା ବିଡ଼ିଓ ଏବଂ ସିଡିପିଓ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି | ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-23-scaled.jpg)


