କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣୀ ଚରଣକୁଅଁରଙ୍କୁ ଭବ୍ୟ ସମ୍ବର୍ଦ୍ଧନା



କେନ୍ଦୁଝର ଜିଲା ପାଇଁ ଗୌରବ ଆଣିଥିବା ମହାନ କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କୁ ଦୁର୍ଗା ପୂଜା କମିଟି, ଆଟୋପୁର ପକ୍ଷରୁ ଅଜି ଭବ୍ଯ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମାଗୁଣୀ ଚରଣ କୁଅଁର ଦିର୍ଘ ୬ ଦଶନ୍ଧୀ ଧରି ବିଲୁପ୍ତପ୍ରାୟ କାଠ କଣ୍ଢେଇ ନାଚ କୁ ବଞ୍ଚାଇ ରଖିବା କ୍ଷେତ୍ରରେ ମାଗୁଣୀଙ୍କର ଅତୁଳନୀୟ ଅବଦାନ ପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଁ ବିବେଚିତ ହୋଇଥିଲେ । ଗତ ୨୨ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବାଚଷ୍ପତି ଏବଂ ଅନ୍ୟମନ୍ତ୍ରୀ ତଥା ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦୀଲ୍ଲୀ ରେ ମହାମହୀମ ରାଷ୍ଟ୍ରପତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରି କେନ୍ଦୁଝର ମାଟି ଛୁଇଁବା ପରେ କେନ୍ଦୁଝର ବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଏହି ଅବସରରେ ସନ୍ଦୀପ ବେହେରାଙ୍କ ଆହ୍ବାନ କ୍ରମେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସହରର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଯଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କେନ୍ଦୁଝର ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଉପସ୍ଥିତ ଥିଲେ ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ଶହ ରତି ରଞ୍ଜନ ବାରିକ୍ ଜାଗ୍ରତ ଭାରତ ନ୍ୟୁଜ୍




