( ଶିଆଳି ଠାରେ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ଯୁବ -ଛାତ୍ର ସଂଗଠନ ର ମହା ସମାବେଶ ଅନୁଷ୍ଠିତ )
ଜଗତସିଂହପୁର
ତା =25/3/23
ଜଗତସିଂହପୁର ଜ଼ିଲ୍ଲା ବିଜୁ ଜନତା ଦଳ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ଯୁବ ଛାତ୍ର ସଂଗଠନ ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ହଜାର ହଜାର ଯୁବ ଛାତ୍ର ଓଲରା ଛକରୁ ସୁସଜିତ ଶୋଭାଯାତ୍ରା ରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶିଆଳି ଠାରେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ଯୁବ ଛାତ୍ର ସଂଗଠନ ର ମହା ସମାବେଶ ଅନୁଷ୍ଠିତ ହୋଇଥିଲା | ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ପାର୍ଥ ସାରଥୀ ରାଉତ ଙ୍କ ସଭାପତିତ୍ୱ ରେ ଯୁବ ମାନସର ପ୍ରତୀକ ଆଦିତ୍ୟ ନନ୍ଦନ ଦାସ | ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ତଥା ଯୁବ ଆଇନୀଜୀବି ପ୍ରକାଶ ଚନ୍ଦ୍ର ପ୍ରଧାନ | ଏରସମା ପଞ୍ଚାୟତ ସମିତି ଅଧକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର | ଜ଼ିଲ୍ଲା ବିଜେଡି ସମ୍ପାଦକ ରାକେଶ ସ୍ୱାଇଁ | ଛାତ୍ର ବିଜେଡି ସଭାପତି ଇଞ୍ଜିନିଅର ସମ୍ବିତ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି, ଆଦର୍ଶ ରେ ଆଜିର ଯୁବ ପିଢ଼ି ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସମଗ୍ର ଦେଶରେ ଓଡିଶା ଏକ ନମ୍ବର ବିକଶିତ ରାଜ୍ୟ ରେ ପରିଣତ ହୋଇପାରିବ | ତେଣୁ ଏରସମା, ବାଲିକୁଦା ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ନିମନ୍ତେ ବିଧାୟକ ରଘୁନନ୍ଦନ ଙ୍କ ବଳିଷ୍ଠ ନେତୃତ୍ୱ ରେ ବିଜେଡି ଯୁବ ଛାତ୍ର ସଂଗଠିତ କାର୍ଯ୍ୟକଲେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ହୋଇପାରିବ ତେଣୁ ସମସ୍ତ ଯୁବ ଛାତ୍ର, ମହିଳା କୃଷକ,ଆଗାମୀ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବରିଷ୍ଟ ନେତୃତ୍ୱ ମାନେ ଯୁବ ଛାତ୍ର ମାନଙ୍କୁ ଆହ୍ୱାନ ଦେଇଥିଲେ |
ଏହି ମହା ସମାବେଶ ରେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା. ଦଳୀୟ କର୍ମୀ ହଜାର ହଜାର ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



