ପୁଣି ଫେରିଲା ମହାବଳ ବାଘ
ଘଟଗାଁ (26/03/2023 କେନ୍ଦୁଝର ଜିଲ୍ଲା ଘଟଗାଁ ବଣାଞ୍ଚଳ ଅଟେଇ ସଂରକ୍ଷିତ ଜଂଗଲରେ ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷି କୁ ମାରିବା ପରେ ଗୋଟିଏ ମଇଁସିକୁ ପୁରା ଖାଇଦେଇଛି ବାଘ। ସୂଚନା ଅନୁଯାୟୀ ଅଟେଇ ସଂରକ୍ଷିତ ଜଂଗଲର ବାଇଗଣପାଳ ବିଟ ବଡଜାମୁପସି ଜଂଗଲରେ ମହାବଳ ବାଘ ଥିବା ସୂଚନା ମିଳିଛି।ନିକଟ ଗ୍ରାମର ଜଣେ ବ୍ୟକ୍ତି ମଇଁସି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ।ମହାବଳ ବାଘ ମଇଁସି ଦଳକୁ ଆକ୍ରମଣ କରିଥିଲା।ଫଳରେ ୪ଟି ମଇଁସି ପ୍ରାଣ ହରାଇଥିବା ବେଳେ ୩ଟି ମଇଁସି ଆହତ ଅବସ୍ଥାରେ ଫେରି ଥିଲେ। ୪ଟି ମୃତ୍ୟୁ ବରଣ କରିଥିବା ମଇଁସୀଙ୍କ ମଧ୍ୟରୁ ଗୋଟିଏ ମଇଁ ସିକୁ ମହାବଳ ପୁର ଖାଇଦେଇଛି। ଏକାଥରକେ ଏକାଧିକ। ମଇଁସି କୁ ଆକ୍ରମଣ କରାଯାଇଥିବାରୁ ଏକାଧିକ ବାଘ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ଆଜି କେନ୍ଦୁଝର ଡିଏଫଓ ଏଚଡି ଧନରାଜ, ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ବନ କର୍ମଚାରୀ ମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।ଏ ନେଇ ଘଟଗାଁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟର




