ରୋଗ ଶଯ୍ୟା ରେ ପିଣ୍ଟୁ |ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଜଗତସିଂହପୁର
ତା =26/3/23
ଜଗତସିଂହପୁର ଜିଲ୍ଲା ମଧୁସୂଦନ ପୁର ପଞ୍ଚାୟତ କେନ୍ଦାଳ ଗ୍ରାମରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ସତରେ ଭଗବାନ ଙ୍କ ସୁଷ୍ଟି କେତେ ବିଚିତ୍ର। ତାଙ୍କର ସୁଷ୍ଟିରେ ବେଳେ ବେଳେ ଏପରି ଆଚାର୍ଯ୍ୟ ଜନକ ଓ ବିରଳ ଘଟଣା ଦେଖିବାକୁ ମିଳେ । ଏମିତି ଏକ ଘଟଣା ଘଟିଛି ବାଦଲ ଭୋଇଙ୍କ ପରିବାର କ୍ଷେତ୍ରରେ | ତାଙ୍କର ୧୭ ବର୍ଷ ର ପୁଅ ପିଣ୍ଟୁ ଦୁଇ ତିନି ବର୍ଷର ଛୋଟ ପିଲା ପରି ଦିଶୁଛି।ପୁଅ ପିଣ୍ଟୁ ର ଉଚ୍ଚତା ଦୁଇରୁ ତିନି ଫୁଟ। ଓଜନ ପାଞ୍ଚରୁ ସାତ କେଜି ଏବଂ ଦୁଇ ଗୋଡ଼ ଦୁଇ ହାତ ନଳି ପରି ଅତି ମାତ୍ରାରେ ସରୁ । ଖାଲି ସେତିକି ନୁହେଁ ପିଲାଟି ସବୁ ବେଳ ପାଇଁ ବିଞ୍ଛଣାରେ ପଡ଼ି ରହିଛି । ଚଲା ବୁଲା କରିବାରେ ସମ୍ପୂର୍ଣ ଭାବେ ଅକ୍ଷମ ।କଥା କହିବାର ଶକ୍ତି ମଧ୍ୟ ହରାଇ ବସିଛି । ଛୋଟ ପିଲା ପରି ବାପା ମା ପିଣ୍ଟୁ କୁ କାଖ କରି ଯୁଆଡ଼େ ନିଅନ୍ତି ସିଏ ଯାଏ । ପାଖରୁ ଦେଖିଲେ ମନରେ କୋହ ଓ ଆଖିରେ ଲୁହ ଆସିଯିବ। ଏହି ଭଳି ସ୍ପର୍ଶ କାତର ଘଟଣା ଶୁଣି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ରଶ୍ମୀ ରଞ୍ଜନ ମହାନ୍ତି ତାଙ୍କ ଘରେ ପହଞ୍ଚି ଏ ଭଳି ଘଟଣା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଜାଣିବାକୁ ପାଇଲେ ବାଦଲ ଜଣେ ଦଳିତ ପରିବାରର ଦିନ ମଜୁରିଆ ଅଟନ୍ତି। ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ। ପିଲାଟିକୁ ସବୁବେଳେ ଜଗିବାକୁ ପଡୁ ଥିବାରୁ ମୂଲ ମଜୁରୀ ଲାଗି ପରିବାର ପ୍ରତି ପୋଷଣ କରିବାରେ ନାନା ପ୍ରକାର ଅସୁବିଧା ହେବାକୁ ପଡୁଛି। ଜନ୍ମରୁ ପିଣ୍ଟୁ ର ରୋଗ ବିଷୟରେ ଡାକ୍ତର ମାନେ କିଛି କହି ପାରୁନାହାଁନ୍ତି। ଅନ୍ୟ ପଟେ ଆର୍ଥିକ ଅବସ୍ଥା ଶୋଚନୀୟ ହେଇଥିବାରୁ ପିଣ୍ଟୁର ଚିକିତ୍ସା ସଠିକ୍ ଭାବରେ ହୋଇପାରୁନାହିଁ। ପିଣ୍ଟୁର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ବିଶେଷ କରି ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ଦୁଷ୍ଟି ଦେବାକୁ ପିଣ୍ଟୁର ର ବାପା ମା ଓ ଆଶିର୍ବାଦ ସେବା ସଂଗଠନ ପକ୍ଷରୁ ଆକୁଳ ନିବେଦନ କରାଯାଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




