ଅପରିଚିତ ବ୍ୟକ୍ତି ଙ୍କ ସବ ସତ୍କାର କଲେ ସମାଜ ସେବୀ ଚିନ୍ମୟୀ ।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅପରିଚିତ ଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଓ ସମାଜସେବୀ ଙ୍କ ଉପସ୍ଥିତିରେ ସବ୍ ସତ୍କାର କରାଯାଇଛି । ସମାଜସେବୀ ଚିନ୍ମୟୀ ଙ୍କ ସୂଚନା ମୁତାବକ ମୃତକଙ୍କ ପରିବାର ପକ୍ଷରୁ କେହି ନଥିବା ରୁ ମୃତ ଦେହକୁ, ସବ ସଂଗ୍ରହାଳୟ ଗୃହରେ ରଖା ଯାଇଥିଲା। କିଛିଦିନ ରହିବା ପରେ ମୃତକଙ୍କ ପରିଚୟ ନ ମିଳିବାରୁ ଶେଷରେ ଅନୁଗୋଳ ଟାଉନ ପୋଲିସ ଶବ ସତ୍କାର ପାଇଁ ମନସ୍ତାପନା କରିଥିଲେ । ପୋଲିସ ପକ୍ଷରୁ ସମାଜ ସେବୀ ଚିନ୍ମୟୀ ଦାସ ଙ୍କୁ ଖବର ଦେବା ପରେ , ଘଟଣା ସ୍ଥଳରେ ସମାଜ ସେବୀ ଚିନ୍ମୟୀ ତାଙ୍କ ସହଯୋଗୀଙ୍କ ସହ ପହଞ୍ଚିଥିଲେ । ମୁଖ୍ୟ ଚିକିତ୍ସାଳୟରୁ ଚିନ୍ମୟୀ ଦାସ, ଚନ୍ଦ୍ରକାନ୍ତ ବେହେରା , ସୁଜିତ୍ କୁମାର ମିଶ୍ର , ଗାୟତ୍ରୀ ସୁମିତ ଅଗ୍ରୱାଲ, ରାଜୁ ଓ ପୋଲିସ ରହି ମୃତ ଦେହକୁ ନେଇ କରଡ଼ା ଗାଡିଆ ସ୍ଥିତ ଶ୍ମଶାନ ଘାଟରେ ନିଆଯାଇଥିଲା । ସେଠାରେ ଶବକୁ ସମ୍ମାନ ର ସହିତ ସତ୍କାର କରାଯାଇଥିଲା ।




