ବ୍ଳକ ଅଧ୍ୟକ୍ଷାଙ୍କ ୫ଟି ସ୍କୁଲ ପରିଦର୍ଶନ କରିବାସହ କାର୍ଯ୍ୟ ତଦାରଖ କରିଥିଲେ



ବିଷୟ ____ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ବିଭିନ୍ନ ପଞ୍ଚାୟତ ଯଥା ଅଳକୁଣ୍ଡ, ନୁଆ ଗାଁ, ପ୍ରିତିପୁର ବାଲିକିରୀପଦା,ବାଛୋଳ ,ଫତେପୁର ଓ ଉତ୍ତରକୁଳ ଆଦି ପଞ୍ଚାୟତର ୫ଟି ବିଦ୍ୟାଳୟ ର ପରିଦର୍ଶନ କରିବାସହ କାର୍ଯ୍ୟ ତଦାରଖ କରିଥିଲେ। କାର୍ଯ୍ୟ କିଭଳି ଭାବରେ ଶିଘ୍ର ସରିବ ସେ ବିଷୟରେ ଆଲୋଚନା କରିଥିଲେ।ଶେଷରେ ଉତରକୁଳ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ।ଏବଂ ସେଠାରେ ଏକ ସମିକ୍ଷା ବୈଠକରେ ଯୋଗଦେଇ ଏହାର ସୁନ୍ଦର ପରିବେଶ ଓ ଉନ୍ନତ ଶେକ୍ଷିକ ବାତାବରଣକୁ ବେଶ ପ୍ରଶଂସା କରିଥିଲେ।ଏବଂ ଶେଷରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ ନେଇ ଶିକ୍ଷକ ମାନେ ଯନ୍ତ୍ର ମାନ ହେବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ସରପଞ୍ଚ ପ୍ରୀତି କ୍ରିଷ୍ଣା ଜେନା, ବିନୟ କୁମାର ନାଥ,ବଳରାମ ନାଥ,ସମିର ରଞ୍ଜନ ମଲ୍ଲୀକ,ବଳରାମ ଚୁହାଣ ଏବଂ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




