( ରାଜ୍ୟପାଳଙ୍କ ଦ୍ବାରା ପୁସ୍ତକ ଉନ୍ମୋଚିତ।)
ଜଗତସିଂହପୁର
ତା =8/4/23
ଜଗତସିଂହପୁର ଜ଼ିଲ୍ଲା ର ଯୁବ ଲେଖିକା ପରିମିତା ସାହୁଙ୍କ ପ୍ରଥମ କବିତା ସଂକଳନ “ନିର୍ବାଚିତ ମାଟିର ସ୍ବର” ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନ ପରିସରରେ ଉନ୍ନୋଚିତ ହୋଇଯାଇଛି। ଏହି ଅବସରରେ ମହାମହିମ ରାଜ୍ୟପାଳ ଲେଖିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ଲେଖିବାକୁ ଉତ୍ସାହିତ କରିଥିଲେ।
ଅନେକ ଦିନ ହେବ ଲେଖିକା ପରିମିତା ସାହୁଙ୍କର କବିତା ଓ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ଭାବରେ ପ୍ରକାଶିତ ହୋଇଆସୁଅଛି।
ଏହି ଉନ୍ମୋଚନ ଉତ୍ସବରେ ଲେଖିକାଙ୍କ ସ୍ବାମୀ ଚୌଧୁରୀ ସମ୍ବିତ ସେନାପତି | ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ | କ୍ୟାପଟେନ ପ୍ରଣବ ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



