ଶନିଶ୍ଚର ଦେବଙ୍କ କଳସଯାତ୍ରା
ଢେଙ୍କାନାଳ, ତା ୦୮.୦୪.୨୦୨୩: ଢେଙ୍କାନାଳ ଦୁର୍ଗାବଜାରସ୍ଥିତ ଶନିଶ୍ଚର ଦେବଙ୍କ ବୈଶାଖ ମାସର ପ୍ରଥମ ଶନିବାର ପୂଜା ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଗୋଡିପୋଖରୀ ଠାରୁ ପୂଜା ଅର୍ଚ୍ଚନା କରାଯାଇ ୩୦ରୁ ଉର୍ଦ୍ଧ୍ବ ମହିଳାମାନେ ଜଳ ଧରି ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା କରିଥିଲେ । ପରେ ସୂର୍ଯ୍ୟପୂଜା, ଷୋଡ଼ଷ ଉପଚାର ପୂଜା, ମଣ୍ଡଳ ଅଧିବାସ ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ଶନିଶ୍ଚର ଦେବଙ୍କ ପାଖରେ ବିଭିନ୍ନ ଭୋଗ ଲାଗିକରିଥିଲେ। ପୂଜକ କୁନି କର ସମସ୍ତ ପୂଜାବିଧ କରିଥିବାବେଳେ କର୍ତା ଯତିନ୍ ବେହେରାଙ୍କ ଉପସ୍ଥିତିରେ ପୂଜା ଆରମ୍ଭ ହୋଇଥିଲା । ଉକ୍ତ ପୂଜାକୁ ମଞ୍ଜୁବାଳା ଦାସ, ସୁକାନ୍ତ ଦାସ, ପ୍ରଭାତି ସିଂହ, ବିନୟ କୁମାର ବେହେରା, ସରୋଜ ବେହେରା, ଗିତାଞ୍ଜଳି ସିଂହ, ନରେନ୍ଦ୍ର ସାହୁ, ରଞ୍ଜିତା ସାହୁ, ଦୀପ୍ତିମୟୀ ସିଂହ, ଅନୁସୟା ମାଝୀ, ଅମ୍ବିକା ପ୍ରଧାନ, ରୁନା ମହାନ୍ତି ଓ ସୀମା ଦାସ ପ୍ରମୁଖଙ୍କ ସହିତ କମିଟିର ସମସ୍ତ କର୍ମକର୍ତାମାନେ ସହଯୋଗ କରିଥିଲେ । ବୈଶାଖ ମାସର ଶେଷ ଶନିବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ।




