ଆର୍ସେଲର ମିତ୍ତଲ କମ୍ପାନୀ ପାଇଁ ବଡ଼ କାଳିମାଟି ପଞ୍ଚାୟତ ର ସମରସଜା, ପ୍ରସ୍ତୁତି ପଥେ ଜନ ସାଧାରଣ
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀ କୁ ବଡ଼ କାଳିମାଟି ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ତଥା ଜନ ସାଧାରଣ ଙ୍କ ଚାରି ଦଫା ସମ୍ବଳିତ ଦାବିପତ୍ର ! ଦୀର୍ଘ ବର୍ଷ ଧରି ୨୦୦୯ ଠାରୁ ଅଦ୍ୟାବଧି ୧୪ ବର୍ଷ ହେଲାଣି ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନ ଜନ ସାଧାରଣଙ୍କର ଜୀବନ ଜୀବିକା ଏବଂ ବିକାଶ କୁ ଅଣଦେଖା କରି ନିଜର ପ୍ରତିସ୍ପର୍ଧା ପାଇଁ ସ୍ଥାନୀୟ ଅଞ୍ଚଳର ବ୍ୟାପକ ଅସୁବିଧା ସୃଷ୍ଟି କରିଛି, ଯଥା ମାତ୍ରାଧିକ ପରିବହନ ଯୋଗୁଁ ଧୂଳି ପ୍ରଦୂଷଣ ଦ୍ଵାରା ପ୍ରତିକୂଳ ପ୍ରଭାବ ପକାଇଛି, ଏଠାକାର ବନିକରଣ ବ୍ୟବସ୍ଥା କୁ ପ୍ରଭାବିତ କରିଛି ! ଶବ୍ଦ ପ୍ରଦୂଷଣ ଦ୍ଵାରା ଜନ ସାଧାରଣ ଅଶାନ୍ତି ରେ କାଳାତିପାତ କରୁଛନ୍ତି, ତତ୍ ସଂଗେ ସଂଗେ କୃଷି ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଅଞ୍ଚଳ ବାସୀ ବର୍ତ୍ତମାନ ଜଳ ଶୂନ୍ୟତାର ଶିକାର ହେଉଛନ୍ତି,କାରଣ ଶିଳ୍ପ ପ୍ରତିଷ୍ଠାନ ର ଆବଶ୍ୟକତା ଅନୁସାରେ ମାତ୍ରାଧିକ ଗଭୀର ନଳକୂପ ଖନନ ଏବଂ କେନ୍ଦୁଝର ଜିଲ୍ଲା ର ମା ବୈତରଣୀ ରୁ ମାତ୍ରାଧିକ ଜଳ ଗ୍ରହଣ ଯୋଗୁଁ ଉକ୍ତ ସମସ୍ୟା ସୃଷ୍ଟି ହେଉଛି ବୋଲି ଜନ ସାଧାରଣ ଅଭିଯୋଗ କରିଛନ୍ତି, ଏବେ ଦେଖିବାକୁ ମିଳୁଛି ସ୍ଥାନୀୟ ଅଞ୍ଚଳର ପରିବହନ ଯୋଗୁଁ ରାସ୍ତା ଘାଟ ମରଣଯନ୍ତା ପାଲଟିଛି, ପରନ୍ତୁ ଶିଳ୍ପ ପ୍ରତିଷ୍ଠାନ ଏହାକୁ ଅଣଦେଖା କରି ଉକ୍ତ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରୁନାହିଁ, ଜମି ହରା, କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଜନ ସାଧାରଣ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି, ଏହି ସବୁ ସମସ୍ୟା କୁ ଆଖି ଆଗରେ ରଖି ବଡ଼ କାଳିମାଟି ପଞ୍ଚାୟତ ର ସରପଞ୍ଚ ପାନପତି ମୁଣ୍ଡା, ସମିତି ସଭ୍ୟା ଅଷ୍ଟମୀ ମୁଣ୍ଡା ଓ ୱାର୍ଡ ମେମ୍ବର ସମେତ ସମସ୍ତ ଅଞ୍ଚଳ ବାସୀ ଉକ୍ତ କମ୍ପାନୀ କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ଯଦି ଏହି ସମସ୍ୟା ର ସମାଧାନ ମାତ୍ର ସାତଦିନ ଭିତରେ କମ୍ପାନୀ ପକ୍ଷରୁ ନ କରେ ତେବେ ଆଗାମୀ ଦିନରେ ଜନ ଅସନ୍ତୋଷ ଦ୍ଵାରା ବିଷ୍ଫୋରିତ ଜନ ଆନ୍ଦୋଳନ ହେବା ସହ କମ୍ପାନୀ ର ସମସ୍ତ ଫାଟକରେ ତାଲା ପକାଇ ସମସ୍ୟା ର ସମାଧାନ ନ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି !
କେନ୍ଦୁଝର ଜିଲ୍ଲା ଯୋଡା ପ୍ରତିନିଧି ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




