୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତିନି ଦିନିଆ ସମାରୋହକୁ 



ଆଜି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଉତ୍ସବରେ ମନ୍ତୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ସମେତ ବିଧାୟକ, ମେୟର ଏବଂ ମୁଖ୍ଯ ଶାସନ ସଚିବ, ଉନ୍ନୟନ କମିଶନର ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶିଷ୍ଟ ଅତିଥିମାନେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ବାଚସ୍ପତି ଶ୍ରୀ ଆରୁଖ ଛାତ୍ରଛାତ୍ରୀମାନଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ତ୍ରିରଙ୍ଗା ଶୋଭାଯାତ୍ରା, ସ୍କେଟିଂ ଓ ଅନ୍ଯାନ୍ଯ କ୍ରିଡା କଳାକୌଶଳ ପ୍ରଦର୍ଶିତ ହୋଇଥିଲା। ଆଜି ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

