ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ସର୍ବେକ୍ଷଣ ଆରମ୍ଭ ଓ ସହଜ ହେବ ଜମିର ପଟ୍ଟା ବଣ୍ଟନ




ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତରେ ଆଜି ଯାଜପୁର ଜିଲ୍ଲାରେ ପ୍ରଥମ ଥର ରାଜସ୍ବ ବିଭାଗ ପକ୍ଷରୁ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଜମି ସର୍ବେକ୍ଷଣ ଆରମ୍ଭ କରାଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିବ୍ୟଲୋଚନ ମାହୁନ୍ତ ଙ୍କ ସଭାପତିତ୍ବରେ ଆୟୋଜିତ ସ୍ବ ତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ସ୍ବାଇଁ ସୁନିତା ନାୟକ ଖଗେଶ୍ବର ମହାନ୍ତି ଓ ନନ୍ଦକିଶୋର ସାମଲ। ସରପଞ ସୁଶାନ୍ତ କୁମାର ଦାସ, ଲ୍ୟାଣ୍ଡ ରେକର୍ଡ ଓ ସର୍ଭେର ବରିଷ୍ଠ ଅଧିକାରୀ ବିକାଶ ଚନ୍ଦ୍ର ମହାପାତ୍ର,, ତହସିଲଦାର କୈଳାସ ମହାଳିକ, ପ୍ରମୁଖ ଯୋଗଦେଇ ଥିଲେ,ଓ ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ ଏବଂ ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ ଓ ହଳଦିଡିହ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ରଶ୍ମିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




