କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖରୁ ୧୫ତାରିଖ ପଯ୍ୟନ୍ତ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ।
୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋଡ ପକ୍ଷରୁ ପାଳିତ ହେଉଛି ମାଙ୍କ ଏହି ଚଇତି ପର୍ବ। ଆଜି ସକାଳୁ ମା ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜଣା, ମଙ୍ଗଳ ଆଳତି,ସ୍ନାନ, ମହାସ୍ନାନ, ବଡ଼ସିଂହାର ବେସ,ଷୋଡଶ ଉପଚାରରେ ପୂଜା,ଭାଗବତ ପାରାୟଣ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଚଇତି ପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




