ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ



ଅନୁଗୋଳ ଜିଲ୍ଲା ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ ହୋଇଥିଲା। ଗତ ୧୪ ତାରିଖ ଠାରୁ ଆରମ୍ବ ହୋଇଥିବା ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ଅବସରରେ ଆଜି ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ସମସ୍ତ କର୍ମଚାରୀ ଙ୍କୁ ଅଗ୍ନିକାଣ୍ଡ ହେଲେ କେଉଁ ଭଳି ପ୍ରଣାଳୀ ପ୍ରୟାଗ କରିବେ ସେହି ବିଷୟରେ ଅବଗତ କରାଯାଇଥିଲା । ସୂଚନା ଯେ, ଅନୁଗୋଳ ଅଗ୍ନିଶମ ବିଭାଗର ସୁକାନ୍ତ କୁମାର ନାଥ ଙ୍କ ନେତୃତ୍ଵରେ ପ୍ରଥମ ସୁରେନ୍ଦ୍ର ହସ୍ପିଟାଲରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ବିଷୟରେ ବୁଝାଇ ବା ସହ କେଉଁ ଭଳି ଭାବେ ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିବେ ସେ ବିଷୟରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥିଲା କରାଇଥିଲେ। ଅଗ୍ନିକାଣ୍ଡ ଘଟିବା ଦ୍ଵାରା କିଭଳି ଆୟତ କରାଯିବ ସେ ବିଷୟରେ ମଧ୍ଯ ବୁଝାଇ ଥିଲେ । ଅନୁଗୋଳ ଅଗ୍ନିଶମ ବିଭାଗ କର୍ମଚାରୀ ସୁଧୀର କୁମାର ବେହେରା , ଚିତ୍ତ ରଞ୍ଜନ ବେହେରା , ଜଳଧର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




