( ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ଦୁଃଖିରାମ ସ୍ୱାଇଁ ଙ୍କ ୯୯ ତମ ଜୟନ୍ତୀ ପାଳିତ )


ଜଗତସିଂହପୁର
ତା =24/4/23
ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ଦୁଃଖିରାମ ସ୍ୱାଇଁଙ୍କ ୯୯ ତମ ଜୟନ୍ତୀ ଉଛବ ସଂକଳ୍ପ ଏକାଡେମୀ ଓ ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ଚାଟ୍ରା ଠାରେ ପାଳିତ ହୋଇଯାଇଛି | ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନ ର ସଭାପତି ରାଷ୍ଟ୍ରପତି ପୁରସ୍କୃତ ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବାରିକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଗୌରାଙ୍ଗ ଚରଣ ହୋତା ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ସ୍ବର୍ଗତ ଦୁଃଖିରାମ ସ୍ୱାଇଁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ମୁଖ୍ୟ ବକ୍ତା ଡକ୍ଟର ସ୍ମୁତି ରଞ୍ଜନ ଦାସ |ସଂମ୍ମାନିତ ଅତିଥିଭାବେ ପୂର୍ବତନ ପୌର ପରିଷଦ ଅଧକ୍ଷ୍ୟ ମଧୁ ସୁଦନ ସାହୁ |ବିପ୍ଳବ କୁମାର ଚୌଧୁରୀ | ସାରସ୍ୱତ ସାଧକ କବି ଉମାକାନ୍ତ ନାୟକ |ପ୍ରତାପ କେଶରୀ ମହାପାତ୍ର | ନଗେନ କୁମାର ପଣ୍ଡା | କୃତି ଶିକ୍ଷକ ଈଶ୍ୱର ଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇଥିଲେ |
ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ଗୋଛାୟତ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସହର ର ବହୁ ବୁଦ୍ଧିଜୀବୀ ଜନ ସାଧାରଣ ଯୋଗଦେଇ ଜଗତସିଂହପୁର ମାଟିର ପ୍ରଖ୍ୟାତ ଅଭିନେତା ଙ୍କ ବହୁମୁଖୀ ପ୍ରତିଭା ର ଗୁଣଗାଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)


