ବିଜୁ ସେତୁ ଯୋଜନା”କୁ ସରକାର ୨୦୨୫-୨୬ ଆର୍ଥିକ ବୃଦ୍ଧି କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଥିବା ସମସ୍ତ ଅସଂଯୋଜିତ ସ୍ଥାନଗୁଡିକୁ ସେତୁ ମାଧ୍ୟମରେ ଯୋଡିବା ଲକ୍ଷ୍ୟ ରଖୁ ରାଜ୍ୟ ସରକାର 2011-12 ବର୍ଷରେ ବିଜୁ ସେତୁ ଯୋଜନା ( ବି.ଏସ.ୟାଇ ) ର ଶୁଭାରମ୍ଭ କରିଥିଲେ । ଉକ୍ତ ଯୋଜନାରେ କେତେକ ଗୁରୁତ୍ଵପୂର୍ଣ୍ଣ ପଞ୍ଚାୟତ ରାସ୍ତାରେ ସେତୁ ନିର୍ମାଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଅଛି । ରାଜ୍ୟର କୋଣ ଅନୁକୋଣର ସମସ୍ତଙ୍କ ନିକଟରେ ସବୁଦିନିଆ ସଡକ ଯୋଗାଯୋଗ ବ୍ୟବସ୍ଥା ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ଯୋଜନାରେ ୨୦୨୧-୨୨ ବର୍ଷରେ ଆଗାମୀ ତିନି ବର୍ଷ ମଧ୍ୟରେ ( ୨୦୨୧-୨୨ ରୁ ୨୦୨୨-୨୩ ) ୫୧୮୨ କୋଟି ଟଙ୍କା ବିନିମୟରେ ୯୪୬ ଟି ସେତୁ ( ୩୯୬ ଚାଲୁ ରହିଥିବା ସେତୁ ଏବଂ ୫୫୦ ନୂତନ ସେତୁ ) ପାଇଁ ଅନୁମୋଦନ କରାଯାଇଥିଲା । ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ଯାତାୟାତର ସୁବିଧା ଏବଂ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ଉନ୍ନତି ନିମନ୍ତେ , ବିଭିନ୍ନ ପ୍ରକଳ୍ପ ଗୁଡିକର ଆବଶ୍ୟକତାକୁ ବିଚାରକୁ ନେଇ କ୍ୟାବିନେଟ ଏହି ଯୋଜନାକୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଉକ୍ତ ଯୋଜନାରେ ଅତିରିକ୍ତ ୩୫୯୭.୨୨ କୋଟି ବିନିମୟରେ ୮୬୬ ଟି ନୂତନ ସେତୁ ନିର୍ମାଣ ସହିତ ବର୍ତ୍ତମାନ ଚାଲୁଥିବା ସେତୁ ଗୁଡିକ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗର ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

