ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ଏମ୍ସିପି ପାଇବା ପାଇଁ ଦାବୀ 
ଢେଙ୍କାନାଳ, ୨୪/୪: ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକମାନେ ଅନ୍ୟ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କର ୩୦ ବର୍ଷିୟା ଏମ୍ସିପି ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି । ସେମାନଙ୍କ ପାଖରେ ମାନ୍ୟବର ହାଇକୋର୍ଟଙ୍କର ସ୍ପଷ୍ଟ ନିର୍ଦ୍ଦେଶ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କର ଆଦେଶନାମା ଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଏସ୍ଏସିପି ପ୍ରଦାନ ନକରି ଅହେତୁକ ବିଳମ୍ବ କରୁଅଛନ୍ତି । ଯାଜପୁର, ବାଲେଶ୍ଵର ଇତ୍ୟାଦି ଜିଲ୍ଲାର ଶିକ୍ଷାଧୁକାରୀମାନେ ଏମ୍ସିପି ପ୍ରଦାନ କରିଥିଲେ ସୁଦ୍ଧା ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟା ମନମାନି କରି ଆଦେଶକୁ ଗ୍ରହଣ କରୁନାହାଁନ୍ତି । ଅଭିଯୋଗର ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉତରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ବେଳେ ବେଣୁଧର ଶତପଥୀ, ଦୁର୍ଯ୍ୟୋଧନ ହୋତା, ଜଗବନ୍ଧୁ ଶତପଥୀ, ନରୋତମ ନାଥ, ମନୋଜ କୁମାର ନାଥ, ଗିରିଶ ଚନ୍ଦ୍ର ବେହେରା, ବିଭୁତି ମିଶ୍ର, କୃତିବାସ ସାଇଁ, ଅକ୍ଷୟ କୁମାର ପତି ଓ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

