ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ
ଢେଙ୍କାନାଳ, ୨୭/୪: ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଆଜି ଅପରାହ୍ନରେ ଶନିଶ୍ଚର ଦେବଙ୍କ ଘଟ ସ୍ଥାପନ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ୨୮ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨୯ ତାରିଖ ଶନିବାର ତୋଟା ଓଷା, ମହାଯଜ୍ଞ ଓ ପୂର୍ଣ୍ଣହୁତି ଅନୁଷ୍ଠିତ ହେବା ସହିତ ସଂଧ୍ୟାରେ ପ୍ରସାଦସେବନ ଓ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ରହିଛି । ପୂଜକ ଦିବାକର ମିଶ୍ର, ନଗେନ୍ ନନା, ଶ୍ରୀବତ୍ସ ନନା, ଯଜ୍ଞେଶ୍ଵର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମାପନ କରିବେ । ଶେଷଦେବ ସାହୁ ଓ ତାଙ୍କ ସହଧର୍ମିଣୀ ସୁବିସ୍ତୀ କର୍ତା ଭାବେ ଉପସ୍ଥିତ ରହିବେ । କମିଟିର ସମସ୍ତ ସଦସ୍ୟ ଏହି ପୂଜାକାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ କହିଛନ୍ତି ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
