(2024ନିର୍ବାଚନ ରଣନିତି -ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ରେ ଗୁରୁମନ୍ତ୍ର ଦେଲେ ପର୍ଯ୍ୟବେକ୍ଷକ ଅରୁଣ ସାହୁ )
ଜଗତସିଂହପୁର
ତା =12/5/23
ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ ବିଜେଡି କର୍ମୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମକର୍ତ୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଡକ୍ଟର ଅରୁଣ କୁମାର କୁମାର ସାହୁ ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା କିଭଳି ପ୍ରସ୍ତୁତ ରହିବ ସେ ବାବଦରେ ସମସ୍ତ ନେତା ଓ ଓ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ରଣା ଦେଇଥିଲେ ।ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ସଂଗଠିତ କରିବା ସହିତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ସଚେତନ କରାଇ ଆଗାମୀ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତ ପାଇଁ ପରାମର୍ଶ ଦେଇଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ବାଲିକୁଦା-ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ,ପାରାଦୀପ ବିଧାୟକ ସମ୍ବିତ ରାଉତରାୟ,ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର,ପୂର୍ବତନ ସାଂସଦ ଡ କୁଳମଣି ସାମଲ,ଜିଲପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,୮ ଟି ବ୍ଲକ ର ଅଧକ୍ଷ ଅଧକ୍ଷା,ଜିଲ୍ଲାପରିଷଦ ର ସଭ୍ୟ ସଭ୍ୟା ସହିତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)


